ଝାଡ଼ଖଣ୍ଡ ନିର୍ବାଚନ: ୬୪.୮୩% ମତଦାନ

ରାଞ୍ଚି : ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବୁଧବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ୪୩ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ପର୍ୟ୍ୟାୟରେ ୬୪.୮୩% ମତଦାନ ହୋଇଛି। ଏହି ମତଦାନ ସହିତ ୬୮୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ତେବେ ୯୫୦ଟି ବୁଥରେ ଅପରାହ୍ଣ ୪ଟାରେ ଭୋଟ ଗ୍ରହଣ ଶେଷ ହୋଇଥିଲା। ଝାଡଖଣ୍ଡର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସହିତ କେରଳ ୱାୟନାଡ ଲୋକସଭା ଆସନ ସହିତ ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ମତଦାନ ଶେଷ ହୋଇଛି। ଏହି ଉପନିର୍ବାଚନର ଫଳ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ପାଇଁ ଶକ୍ତି ପରୀକ୍ଷାର ବିଷୟ। ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବିଧାନସଭା କ୍ଷେତ୍ର ମଧ୍ୟରେ ରାଜସ୍ଥାନର ୭, ପଶ୍ଚିମବଙ୍ଗର ୬, ଆସାମର ୫, ବିହାରର ୪, କର୍ଣ୍ଣାଟକର ୩, ମଧ୍ୟପ୍ରଦେଶର ୨, ଛତିଶଗଡ, ଗୁଜରାଟ, କେରଳ ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ରହିଛି। ନଭେମ୍ବର ୨୦ରେ ଝାଡଖଣ୍ଡ ବିଧାନସଭାର ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ହେବ। ଏହା ସହିତ ଉତ୍ତରପ୍ରଦେଶର ୯, ପଞ୍ଜାବର ୪ ଓ କେରଳ ଗୋଟିଏ ଆସନରେ ଉପନିର୍ବାଚନ ହେବ। ନଭେମ୍ବର ୨୩ରେ ଭୋଟ ଗଣତି ହେବ।

  • Related Posts

    ହର୍ମୁଜ ପାଇଁ ଏକାଠି ବସିଲେ ୬୦ ଦେଶ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି ଇରାନ ଯୁଦ୍ଧ। ଏହି ସମୟରେ, ଗୁରୁବାର ବ୍ରିଟେନର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଶ୍ୱର ୬୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ବିକ୍ରମ ମିଶ୍ରି ଏହି ବୈଠକରେ…

    Continue reading
    ପାକିସ୍ତାନରେ ପେଟ୍ରୋଲ ୪୫୮ଟଙ୍କା

    ନୂଆଦିଲ୍ଲୀ:ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ପେଟ୍ରୋଲ ୪୫୮ଟଙ୍କା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୫୨୦ଟଙ୍କା ଅତିକ୍ରମ କରିଛି। ପାକିସ୍ତାନ ଗୋଟିଏ ପଟେ ଆମେରିକା ଏବଂ ଇରାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ