ଆନ୍ଦୋଳନକୁ ଡରିଗଲେ ଯୋଗୀ ସରକାର!

ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କର ବଡ଼ ବିଜୟ ହୋଇଛି। ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଦାବି ମାନି ନେଇଛି। ରିଭ୍ୟୁ ଅଧିକାରୀ (RO) ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ (ARO) ପରୀକ୍ଷାକୁ ନେଇ ପ୍ରାୟାଗରାଜ ଓ ଲକ୍ଷ୍ନୌ ଭଳି ସହରରେ ସୋମବାରଠାରୁ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଶେଷରେ ଏହି ପରୀକ୍ଷାକୁ ସ୍ଥଗିତ ରଖିଛି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ।

ଆଶାୟୀ ପ୍ରାର୍ଥୀଙ୍କ ଧାରଣା ଓ ଅନଶନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ସହ ସମନ୍ୱୟ ରଖି ନିଷ୍ପତ୍ତି ନେବାକୁ ଲୋକ ସେବା ଆୟୋଗକୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ରିଭ୍ୟୁ ଅଧିକାରୀ (RO) ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ (ARO) ପରୀକ୍ଷାକୁ ସ୍ଥଗିତ ରଖିଛି ଆୟୋଗ। ଏହା ସହିତ ପିସିଏସ୍ ପ୍ରାରମ୍ଭିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ପୂର୍ବ ପରି ଗୋଟିଏ ଦିନ ଓ ଗୋଟିଏ ଶିଫ୍ଟରେ କରାଯିବା ନେଇ ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ଘୋଷଣା କରିଛି।କ’ଣ ପାଇଁ ଆରମ୍ଭ ହୋଇଥିଲା ଆନ୍ଦୋଳନ?

ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ପିସିଏସ୍ ପ୍ରିଲିମ୍ସ ୨୦୨୪ ଓ RO-ARO ପ୍ରିଲିମ୍ସ ୨୦୨୩ ପରୀକ୍ଷାଗୁଡ଼ିକୁ ଦୁଇ ଦିନରେ ଦୁଇଟି ଶିଫ୍ଟରେ କରିବାକୁ ନିଷ୍ପତ୍ତି ନେଇଥିଲା। ପିସିଏସ୍ ପ୍ରାରମ୍ଭିକ ପରୀକ୍ଷା ଡିସେମ୍ବର ୭ ଓ ୮ରେ ଏବଂ RO-ARO ପ୍ରାରମ୍ଭିକ ପରୀକ୍ଷାକୁ ଡିସେମ୍ବର ୨୨ ଓ ୨୩ରେ କରିବା ପାଇଁ ନୋଟିସ ଜାରି କରିଥିଲା ଆୟୋଗ। ଏହାପରେ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ଆଶାୟୀ। ଏହି ତାରିଖ ଗୁଡ଼ିକ ଉପରେ ପୁଣିଥରେ ବିଚାର କରିବାକୁ ଦାବି କରିବା ସହ ପୂର୍ବ ଭଳି ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ ହିଁ ପରୀକ୍ଷା କରିବାକୁ ଦାବି ହୋଇଥିଲା। ଦୁଇଟି ଶିଫ୍ଟରେ ପରୀକ୍ଷା ହେଲେ ଏଥିରେ ସ୍ଵଚ୍ଛତା ରହିବନି ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ