
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭୋଟର ଟଙ୍କାରେ କିଣି ହୋଇଗଲେ । ମାଟିର ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସହାଯ୍ୟ, ସହଯୋଗ ମିଳିଲାନି । ତେବେ ସେ କହିଛନ୍ତି ଯେ ଆବ୍ରାହମ ଲିଙ୍କନ ୯ଥର ହାରିଥିଲେ, ମୁଁ ୬ ଥର ହାରିଛି । ଆଉ ୩ଥର ନିର୍ବାଚନ ଲଢ଼ିବି ।
ପ୍ରକାଶ ଯେ ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୩ ସୁଦ୍ଧା ବିଜେପି ୪୩ ହଜାର ୨୯୪ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୩ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୬୩୫୨୨ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦୨୨୮ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୦୧୦୩ଟି ଭୋଟ ମିଳିଛି ।




