ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଳପୁଆ ପଞ୍ଚାୟତର ନନ୍ଦଲାଲପାଟଣା ଗ୍ରାମରେ ଏବେ ଆନନ୍ଦ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମା’ ଘରକୁ ଫେରିବା ପରେ ପୁଅର ଖୁସି କହିଲେ ନସରେ । ଓଡିଶାରୁ ନିଖୋଜ ଥିବା, ମହିଳାଙ୍କ ସନ୍ଧାନ ମିଳିଥିଲା ହିମାଚଳ ପ୍ରଦେଶରେ । ପିଲା ଦିନରେ ଗୋଟିଏ ଟାଟୁ ପାଇଁ ପିରବାର ସହିତ ହୋଇଛି ମହିଳାଙ୍କ ପୁର୍ନମିଳନ
୪୦ ବର୍ଷ ତଳେ ପ୍ରମିଳା ଅଳପୁଆ ଗାଁର ଦୀନବନ୍ଧୁ ମଲିକକୁ ବିବାହ କରିଥିଲେ । ବିବାହର ଦୁଇବର୍ଷ ପରେ ତାଙ୍କର ପ୍ରଥମେ ଝିଅ ଓ ପରେ ଦୁଇ ବର୍ଷରେ ପୁଅ ମଧ୍ୟ ଜନ୍ମ ହୋଇଥିଲା । ମାତ୍ର ବିବାହର ୫ ବର୍ଷ ପରେ ପ୍ରମିଳା କେଉଁଆଡେ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ନ ମିଳିବାରୁ ପରିବାର ଲୋକେ ପ୍ରମିଳାଙ୍କୁ ଭୁଲିଯାଇଥିଲେ ।

ପ୍ରମିଳା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ବହା ଉପଖଣ୍ଡ ଅଞ୍ଚଳର ଧରଶିଳା ତହସିଲ ଅଧୀନରେ ରହୁଥିବା ବେଳେ ହାତରେ ଓଡିଆ ଭାଷାର ‘ଚିତା’ ପାଇଁ ତାଙ୍କୁ ଚିହ୍ନଟ କରାଯାଇଥିଲା । ପରବର୍ତ୍ତି ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ସହାୟତା ଓ ଇଣ୍ଡିଆ କେୟାର୍ସ ସହଯୋଗରେ ଆଜି ପଟ୍ଟାମୁଣ୍ଡାଇ ପୋଲିସ ସହାୟତାରେ ପ୍ରମିଳା ଘରକୁ ଫେରିଛନ୍ତି ।
ଘରକୁ ଫେରିବା ପରେ ପରିବାର ଭିତରେ ଖୁସି ଆଉ ଆନନ୍ଦ ଦେଖିବାକୁ ମିଳିଛି । ପ୍ରମିଳାଙ୍କ ପୁଅ ଓ ଝିଅ ମା’କୁ ପାଖରେ ପାଇ ବେଶ ଖୁସି । ମା’ର ବାକି ଜୀବନ ଭଲରେ ସେବା କରିବୁ ବୋଲି କହିଛନ୍ତି ଝିଅ ଓ ପୁଅ । ଜନ୍ମକଲା ମା’କୁ ପାଖରେ ପାଇ ପୁଅର ଖୁସି କହିଲେ ନସରେ ।

ଏନେଇ ପ୍ରତିକ୍ରିୟା ରଖି ପୁଅ ଧ୍ରୁବ ଚରଣ ମଲିକ କୁହନ୍ତି, “ମା’ ହିମାଚଳରେ ରହୁଥିଲା, ତାକୁ ଦୀର୍ଘବର୍ଷ ଧରି ଖୋଜି ଖୋଜି ପାଉନଥିଲି।ଓଡ଼ିଶା ପୋଲିସ କହିଲେ ସେ ସେଠାରେ ଅଛି । ମା’କୁ ସମସ୍ତେ ମୋ ପାଖକୁ ଆଣିଛନ୍ତି, ଏବେ ମୁଁ ତା’ର ସେବା କରିବି । ​ସକାଳେ ଇଟିଲି ତରକାରୀ ଆଣି ଦେଲି । ସେ କାହାରିକୁ ଚିହ୍ନିପାରୁନାହିଁ, ଖାଲି ଯିବା ପାଇଁ ବାହାରୁଛି । ମୁଁ ତାକୁ କହିଲି— ‘ଭାତ ରୋଷେଇ ହେଉଛି, ଖାଇସାରି ଯିବୁ ।’ ​ମୁଁ ତାକୁ ଯେତେବେଳେ ପାଇଛି, ତା’ ପାଖେ ପାଖେ ରହି ତା’ର ସେବା କରିବି । ମା’କୁ ପାଇ ବହୁତ ଖୁସି ଅଛି ।”

ସେହିପରି ଏଠାକୁ ଆସିବା ପରେ ପ୍ରମିଳା ମଲିକ ଖନାଇ ପ୍ରତିକ୍ରିୟା ରଖି କୁହନ୍ତି, କେଉଁଠି ଗାଏବ ହୋଇଯାଇଥିଲି, ସେସବୁ ମୋର କିଛି ମନେ ନାହିଁ । ଏଠି ସମସ୍ତେ ଭଲ ବ୍ୟବହାର କରୁଛନ୍ତି ସତ ହେଲେ ମୋ ମନ ଆଦୌ ଲାଗୁନି । ମୋତେ ଖାଲି ମୋ ଘରକୁ ଯିବାକୁ ଇଚ୍ଛା ହେଉଛି । ସେଠାରେ ମୋ ବାପା, ଭାଇ, ଭଉଣୀ ଆଉ ମୋ ଝିଅ ଅଛନ୍ତି । ସେମାନଙ୍କ କଥା ଭାରି ମନେପଡ଼ୁଛି, ସମସ୍ତଙ୍କୁ ଟିକେ ଦେଖିବାକୁ ଆଉ ନିଜ ଘରକୁ ଫେରିଯିବାକୁ ମୋ ଆଖି ଚାହିଁ ରହିଛି ବୋଲି କହିଛନ୍ତି ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ