ଟି-୨୦ ବିଶ୍ୱକପ : ବୃହତ ବିଜୟ ସହ ଟାଇଟେଲ ହାତେଇଲା ଭାରତ

ଆଇସିସି ବିଶ୍ୱକପ ଟି-୨୦ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟାଇଟଲ ହାତେଇଲା ଭାରତ। ଭାରତର ଘାତକ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ପରାଜୟ ହେଲା ନ୍ୟୁଜିଲାଣ୍ଡ।
ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ମ୍ୟାଚ ଆରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଫିକା ପଡିଥିଲା। ନିର୍ଦ୍ଧାରିତ ୨୦ ଓଭର ଖେଳି ଭାରତ ୫ଓ୍ବିକେଟ ହରାଇ ୨୫୫ ରନ ସଂଗ୍ରହ କରିଛି। ଆରମ୍ଭରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ୭ଓଭର ୧ବଲ ଖେଳି ୯୮ରନ କରିଥିଲେ। ସଞ୍ଜୁ ସାମସନ ୪୬ବଲ ଖେଳି ୮ଟି ଛକା ଓ ୫ଟି ଚୌକା ସହ ସର୍ବାଧିକ ୮୯ରନ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୨୧ ବଲରେ ୬ଚୌକା ଓ ୩ଛକା ସହ ୫୨ ରନ,ଈଶାନ କିଷାନ ୨୫ ବଲରେ ୪ଟି ଚୌକା ଓ ୪ଟି ଛକା ସହ ୫୪ ରନ ଏବଂ ଶିବମ ଦୁବେ ୮ ବଲରେ ୩ଟି ଚୌକା ଓ ୨ଟି ଛକା ସହ ୨୬ ରନ ସଂଗ୍ରହ କରିଛନ୍ତି।
ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୫୯ ରନ କରିବାରେ ସକ୍ଷମ ହୋଇଛି। ଭାରତୀୟ ବୋଲର ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ବିକେଟ ହାସଲ କରିଛନ୍ତି। ସେହିପରି ବୋଲର ଅକ୍ସର ପଟେଲ ୩ଟି ଏବଂ ହାର୍ଦିକ ପାଣ୍ଡ୍ୟା,ବରୁଣ ଚକ୍ରବର୍ତୀ ଓ ଅଭିଷେକ ଶର୍ମା ୧ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସେଫାର୍ଟ ୫ଟି ଛକା ଓ ୨ଟି ଚୌକା ସହ ସର୍ବଧିକ ୫୨ରନ ସଂଗ୍ରହ କରିଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ