ଟିଏମସି ସରକାରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ପଷ୍ଟ ଜନାଦେଶ : ଧର୍ମେନ୍ଦ୍ର

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ହେଉଛି ବଙ୍ଗର ଜନସାଧାରଣଙ୍କ ବିଜୟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଅହଂକାର ବିରୋଧରେ ବଙ୍ଗବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗରେ ମହିଳାମାନଙ୍କ ଉପରେ କ୍ରମାଗତ ଅତ୍ୟାଚାର ଏବଂ ଶାସକ ଦଳର ନେତାମାନଙ୍କ ଦ୍ୱାରା ଦିଆଯାଉଥିବା ସଂବେଦନହୀନ ମନ୍ତବ୍ୟକୁ ବଙ୍ଗର ନାରୀଶକ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି । ପଶ୍ଚିମବଙ୍ଗର ଜନସାଧାରଣ ମମତା ବାନାର୍ଜୀଙ୍କୁ ବିଦାୟ କରିବା ସହ ଭାରତୀୟ ଜନତା ପାର୍ଟିର ସୁଶାସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ପ୍ରକଟ କରିଛନ୍ତି । ଏହି ବିଜୟ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ‘ସୋନାର ବାଂଲା’ର ସ୍ୱପ୍ନ ସାକାର କରିବାରେ ଏକ ଦୃଢ଼ ମୂଳଦୁଆ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆସାମ ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପିକୁ ପ୍ରଚଣ୍ଡ ବହୁମତ ଦେଇଥିବାରୁ ଶ୍ରୀ ପ୍ରଧାନ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ତାମିଲନାଡୁରେ ବିଜେପି ପ୍ରତି ବିଶ୍ୱାସ ଓ ସମର୍ଥନ ପ୍ରକଟ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ଟିଭିକେର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପୁଡୁଚେରୀରେ ଏନଡିଏର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ପ୍ରଧାନମନ୍ତ୍ରୀଙ୍କ ବିକାଶର ଦୂରଦୃଷ୍ଟି ଉପରେ ଜନସାଧାରଣଙ୍କ ଆସ୍ଥା ବୋଲି ସେ କହିଛନ୍ତି ।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

    ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ