ଆସାମରେ ବିଜେପିର ବିଜୟ ପଛରେ ବୈଜୟନ୍ତ, ସୁଜିତ

ଭୁବନେଶ୍ବର : ଆସାମରେ ବିଜେପି କ୍ରମାଗତ ତୃତୀୟ ଥର ଏବଂ ପଶ୍ଚିମବଙ୍ଗରେ ମମତାଙ୍କୁ ହରାଇ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ପଛରେ ଓଡ଼ିଆ ବିଜେପି ନେତାଙ୍କ ପ୍ରମୁଖ ଭୂମିକା ରହିଛି। ଲଗାତାର ଦ୍ବିତୀୟ ଥର ଆସାମ ବିଜେପି ସଂଗଠନରେ ନିର୍ବାଚନ ପ୍ରଭାରୀ ଦାୟିତ୍ବ ତୁଲାଇ କେନ୍ଦ୍ରାପଡ଼ା ସାଂସଦ ତଥା ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ନେତୃତ୍ବରେ ବିଜେପିକୁ ଆସାମରେ ୮୨ ଆସନ ମିଳିଛି। ୨୦୨୧ରେ ଆସାମ ନିର୍ବାଚନ ପ୍ରଭାରୀ ଭାବେ ଶ୍ରୀ ପଣ୍ଡା ବିଜେପିକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ। ସେହିପରି ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଭାରୀ ଥିବା ଶ୍ରୀ ପଣ୍ଡା ପାର୍ଟିର ବଡ଼ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ନିର୍ବାଚନ ପ୍ରଭାରୀ ଭାବେ ବିଜେପିକୁ ଜିତାଇ ଶ୍ରୀ ପଣ୍ଡା ହ୍ୟାଟ୍ରିକ କରିଛନ୍ତି। ଏଥର ଆସାମ ନିର୍ବାଚନରେ ଶ୍ରୀ ପଣ୍ଡାଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ କୁମାର ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ। ଆସାମରେ ବିଜେପିର ବିପୁଳ ବିଜୟ ପଛରେ ଉକ୍ତ ଦୁଇ ନେତାଙ୍କ ଧୁରୀଣ ଗୋଟି ଚାଳନା ରହିଛି। ନିର୍ବାଚନ ଫଳାଫଳ ଆସିବା ପରେ ଶ୍ରୀ ପଣ୍ଡା ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ ଆସାମର ଜନତା ଏନ୍‌ଡିଏ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିକାଶ, ଶାନ୍ତି ଓ ସମୃଦ୍ଧି ଅଭିମୁଖେ ରାଜ୍ୟ ଦ୍ରୁତ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ବ ଓ ସୁଶାସନ ଆମକୁ ଏହି ଐତିହାସିକ ବିଜୟ ଦେଇଛି। ସାଂସଦ ସୁଜିତ କୁମାର କହିଛନ୍ତି, ଅନୁଶାସନ ଓ ଦେଶ ପ୍ରତି ଆମର ସମର୍ପଣ ଭାବ ହିଁ ଏହି ବିଜୟର ଆଧାର। ଆମର ପ୍ରତ୍ୟେକ କାର୍ୟ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ସାର୍ଥକ ହୋଇଛି। ଆସାମର ଜନତା ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ପାଇଁ ମତ ଦେଇଛନ୍ତି।
ପଶ୍ଚିମବଙ୍ଗରେ ମମତାଙ୍କୁ କ୍ଷମତାରୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ରାଜ୍ୟ ବିଜେପି ସଭାପତି, ସାଂସଦ ଓ ବିଧାୟକମାନେ ଦୁଇ ମାସ ଧରି ପ୍ରଚାର ଡୋର ସମ୍ଭାଳି ଥିଲେ। କଲକାତା ସହର ଏବଂ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳର ବହୁ ବିଧାନସଭା କ୍ଷେତ୍ରରେ ପ୍ରବାସୀ ଓଡ଼ିଆ ମତଦାତା ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସେମାନଙ୍କୁ ବିଜେପି ସପକ୍ଷରେ ଆଣିବାକୁ ଓଡ଼ିଆ ନେତାମାନେ ଆପ୍ରାଣ ଉଦ୍ୟମ କରିଥିଲେ। ଭାଟପଡ଼ା, ଟିଟାଗଡ଼, ବାରାକପୁର, ପାଣିହାତି, ବରାନଗର, ଭବାନୀପୁର, ରାସବିହାରୀ, ନୂଆପଡ଼ା, ହାଲିସହର ଭଳି ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଜଣାପଡ଼ିଛି।

  • Related Posts

    ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

    ଭୁବନେଶ୍ୱର: ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବିଗତ ମଇ 6 ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଆଜି 14 ତାରିଖରେ ଭୁବନେଶ୍ୱର ପହଞ୍ଚି ଲୋୟର ପିଏମଜି ଛକରେ…

    Continue reading
    ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

    ଭୁବନେଶ୍ୱର: ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ