ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି। କିନ୍ତୁ ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କାରଣ ସରକାର ଓ ଶିଳ୍ପ ସଂସ୍ଥା ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଲାଗିରହିଛି।

ତେଣୁ ପୁଲିସ ସହାୟତାରେ ସରକାର ବଳପ୍ରୟୋଗ କରି ବିସ୍ଥାପନ କରୁଅଛି। ଆଇନ ଅନୁସାରେ ଗ୍ରାମ ସଭାର ଅନୁମୋଦନ ବିନା ଏହା ହେବାକଥା ନୁହେଁ l ଆଦିବାସୀ ଏବଂ ସ୍ଥାନୀୟ ସମାଜ ଗୁଡିକ ପାଇଁ ବିଭିନ୍ନ ସମୟରେ ଆଇନ ତିଆରି କରାଯାଇଛି l ସରକାରଙ୍କ ବଳପୂର୍ବକ ବିସ୍ଥାପନ ପେସା ଆଇନ ୧୯୯୬, ଜଂଗଲ ଅଧିକାର ଆଇନ ୨୦୦୬ ଓ ଏଲଏଆରଆର ଆଇନ ୨୦୧୩ ର ସଂପୂର୍ଣ୍ଣ ଉଲଂଘନ ଅଟେ।
ରାଜ୍ଯରେ ଅହେତୁକ ବୃଦ୍ଧି ପାଉଥିବା ବଳପୂର୍ବକ ବେଆଇନ ବିସ୍ଥାପନ ସମସ୍ୟାକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭାପତିଙ୍କୁ ଲୋକ ଭବନରେ ସାକ୍ଷାତ କରିଥିଲେ। ମହାମହିମ ରାଜ୍ୟପାଳ ପ୍ରତିନିଧି ଦଳଙ୍କ ଅଭିଯୋଗ ଗୁଡିକ ଧର୍ଯ୍ଯର ସହ ଶୁଣିଥିଲେ ଏବଂ ବିସ୍ଥାପନର ସମସ୍ତ ବିଷୟକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ଏହି ପ୍ରତିନିଧି ଦଳରେ ପିସିସି ସଭାପତିଙ୍କ ସହ ଓଡିଶା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ, କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହ ପ୍ରଭାରୀ ଜେଟି କୁସୁମ କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶୋକ କୁମାର ଦାସ, ସିଏସ୍ ରାଜନ ଏକ୍କା ,ପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା , ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ପିସିସି ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାଷୀ ବାହିନୀପତି, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ସାଧୁ ନେପାକ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ପିସିସି ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଏସ୍ ସି ସେଲ ଅଧ୍ଯକ୍ଷ ମାନସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ଯ ପିନାକୀ ଦାସ, ସତ୍ଯବ୍ରତ ପାତ୍ର, ଦେବେନ୍ଦ୍ର ସ୍ବାଇଁ, ଅମିତା ବିଶ୍ୱାଲ, ସୁନିଲ କୁମାର ପ୍ରଧାନ, ସୁଧାଂଶୁ ଦେଓ, ଦେବ ପ୍ରସାଦ ନାୟକ, ରାଜୀବ ପଟ୍ଟନାୟକ, ସିଦ୍ଧାର୍ଥ ରାଉତରାୟଙ୍କ ସହ କିଛି ବିସ୍ଥାପିତଙ୍କ ପ୍ରତିନିଧି ମଧ୍ୟ ଏହି ଦଳରେ ସାମିଲ ହୋଇଥିଲେ।

  • Related Posts

    ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

    ଭୁବନେଶ୍ୱର: ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବିଗତ ମଇ 6 ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଆଜି 14 ତାରିଖରେ ଭୁବନେଶ୍ୱର ପହଞ୍ଚି ଲୋୟର ପିଏମଜି ଛକରେ…

    Continue reading
    ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ:ଧର୍ମେନ୍ଦ୍ର

    ଭୁବନେଶ୍ଵର : ଜୁନ ୨୧ରେ ହେବ NEET-UG ପରୀକ୍ଷା। NTA ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ୍ କରି ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ