ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍, ୧୦ ଯାତ୍ରୀ ଗୁରୁତର

ଭୋଗରାଇ: ପୁରୀରୁ ଜଗା ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ। ଟ୍ରକକୁ ପଛପଟୁ ଧକ୍କା ଦେଲା ମିନି ବସ୍। ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର। ମଙ୍ଗଳବାର ବିଳମ୍ଵିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ଵିତ ରାତିରେ ପୁରୀରୁ ଫେରୁଥିବା ଏକ ମିନି ବସ୍ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଟାଟା ଉଇଙ୍ଗରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ, ଅଗ୍ନିଶମ ବାହିନୀ ଏବଂ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଗୁରୁତର ଆହତମାନଙ୍କୁ ଗାଡ଼ିରୁ ବାହାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସପିଟାଲକୁ ପଠାଯାଇଥିଲା। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୁଲିସ କ୍ରେନ୍ ସହାୟତାରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିଛି। ପୁଲିସ ଏନେଇ ଅଧିକ ତଦନ୍ତ କରୁଛି।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ