ଟ୍ରେନ୍‌ ଧକ୍କାରେ ଦୁଇ ଭାଇ ମୃତ

ରାଉରକେଲା : ବୁଧବାର ରାତିରେ ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବାବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା । ମୃତକ ବାସନ୍ତୀ କଲୋନୀ ହରିପୁର ବସ୍ତିର ରଞ୍ଜନ ପାତ୍ର ଏବଂ ଜଗନ ପାତ୍ର ବୋଲି ଜଣାପଡିଛି।ସୂଚନା ଅନୁସାରେ ବଡ ଭାଇ ରଞ୍ଜନ ଉଦିତ୍‌ ନଗରରେ ତାଙ୍କ ମାଆଙ୍କ ସହ ଏକ ହୋଟେଲରେ କାମ କରୁଥିଲେ। ଉଭଣୀ ମଧ୍ୟ ସେଠାରେ ଥିବା ଏକ ମୋବାଇଲ ଦୋକାନରେ କାମ କରନ୍ତି। ଏବଂ ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢନ୍ତି। ବୁଧାବର ରାତିରେ ଦୁଇ ଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣି ଘରେ ଛାଡି ପୁର୍ନବାର ଉଦିତନଗରରେ ଥିବା ମୋବାଇଲ ଦୋକାନକୁ ଫୋନ୍ ସଜାଡିବା ପାଇଁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ।ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ