ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାଙ୍କୁ ଦୁଷ୍କର୍ମ

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଟ୍ୟୁସନ୍‌ରୁ ଫେରୁଥିବା ରାସ୍ତାରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପ୍ୟାଣ୍ଟସାର୍ଟ ଓ ବାଇକ୍‌ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଅଭିଯୋଗ ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ସିମୁଳିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଟ୍ୟୁସନ୍‌ ସାରି ସାଇକଲ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ମୋଟରସାଇକଲ୍‌ରେ ପିଛା କରୁଥିବା ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଲ କେନାଲବନ୍ଧ ନିକଟରେ ଛାତ୍ରୀଙ୍କୁ ଅଟକାଇଥିଲା। ଛାତ୍ରୀଙ୍କ ସାଇକଲ୍‌ ଓ ବହି ବ୍ୟାଗ୍‌କୁ କେନାଲକୁ ଫିଙ୍ଗିଦେଇ ଏକ ଗଛମୂଳକୁ ଟେକିନେଇ ଦୁଷ୍କର୍ମ କରିଥିଲା। ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ବାଟୋଇ ଓ ସ୍ଥାନୀୟ ଗ୍ରାମବାସୀ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେହିପରି ଉତ୍ତ୍ୟକ୍ତ ଲୋକମାନେ ସଂପୃକ୍ତ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏମିତିକି ଅଭିଯୁକ୍ତକୁ ଏକ ଗାମୁଛା ପିନ୍ଧାଇ ପ୍ୟାଣ୍ଟସାର୍ଟ ସହ ବାଇକ୍‌କୁ ଜାଳି ଦେଇଥିଲେ। ଖବର ପାଇ ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ନାବାଳିକାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତ ପ୍ରଶାନ୍ତଙ୍କୁ ପୁଲିସ ନେଇ ଥାନାରେ ଅଟକ ରହିଛି। ଏନେଇ ପୋକ୍‌ସୋ ଆକ୍ଟରେ କେସ୍‌ ନମ୍ବର ୩୭୮/୨୫ରେ ଏକ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଅତିରିକ୍ତ ଏସ୍‌ପି ଓ ସଦର ଏସ୍‌ଡିପିଓ ସିମୁଳିଆ ଥାନାକୁ ଆସି ତଦନ୍ତ କରିଛନ୍ତି। ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

  • Related Posts

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ୭୯ ତମ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ଅବସରରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ପରେଡ୍‌ ରିହର୍ସଲ ଆୟୋଜିତ ହୋଇଛି । ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍‌ ସମାରୋହରେ ତାଙ୍କ କମାଲ ଦେଖାଇବେ ।…

    Continue reading
    ଗୁଳିବିନିମୟ: ଜଣେ ନକ୍ସଲ ନିହତ

    ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଧୀନସ୍ଥ ଜରାଇକେଲା ସୀମାନ୍ତରେ ଥିବା ଯିବା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା