ଠିକ୍ ସମୟରେ ପ୍ରକଳ୍ପ କାର୍ୟ୍ୟ ସାର: ରାଜ୍ୟପାଳ

ଭୁବନେଶ୍ୱର: ବିଭିନ୍ନ ବିଭାଗ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ ଶେଷ ହେବ ସେଥିପାଇଁ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି।ରାଜଭବନରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଭୁବ‌ନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ରାଜ୍ୟରେ ହେଲିପୋର୍ଟ ନିର୍ମାଣ ନେଇ ହେଉଥିବା ଯୋଜନା ସମ୍ପର୍କରେ ଜାଣି ରାଜ୍ୟପାଳ ପ୍ରଶଂସା କରିଥିଲେ। ପିପିପି ମୋଡ୍‌ରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟରେ ଦୁଇରୁ ତିନିଟି ସ୍ଥାନରେ ହେଲିପୋର୍ଟ ଆରମ୍ଭ କରାଯାଉ। ବନ୍ଦରଗୁଡ଼ିକରେ ଗ୍ରିନ୍‌ଫିଲ୍ଡ ଟର୍ମିନାଲ ପରିବର୍ତ୍ତେ କ୍ରୁଜ ଟର୍ମିନାଲ୍‌ ବିକାଶ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସରକାରୀ ପଲିଟେକନିକ୍ ଏବଂ ଆଇଟିଆଇରେ ଡ୍ରାଇଭିଂ ତାଲିମ ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ କହିଥିଲେ। ରାଜ୍ୟପାଳ ଭୁବନେଶ୍ୱର ରେଳଷ୍ଟେସନ, ଅନ୍ୟ ଷ୍ଟେସନଗୁଡ଼ିକର ପୁନଃ ବିକାଶ ଏବଂ ବିକାଶ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଗୁରୁତ୍ବାରୋପ କରିଛନ୍ତି।
ରାଜଭବନରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଭୁବ‌ନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ରାଜ୍ୟରେ ହେଲିପୋର୍ଟ ନିର୍ମାଣ ନେଇ ହେଉଥିବା ଯୋଜନା ସମ୍ପର୍କରେ ଜାଣି ରାଜ୍ୟପାଳ ପ୍ରଶଂସା କରିଥିଲେ। ପିପିପି ମୋଡ୍‌ରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟରେ ଦୁଇରୁ ତିନିଟି ସ୍ଥାନରେ ହେଲିପୋର୍ଟ ଆରମ୍ଭ କରାଯାଉ। ବନ୍ଦରଗୁଡ଼ିକରେ ଗ୍ରିନ୍‌ଫିଲ୍ଡ ଟର୍ମିନାଲ ପରିବର୍ତ୍ତେ କ୍ରୁଜ ଟର୍ମିନାଲ୍‌ ବିକାଶ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସରକାରୀ ପଲିଟେକନିକ୍ ଏବଂ ଆଇଟିଆଇରେ ଡ୍ରାଇଭିଂ ତାଲିମ ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ କହିଥିଲେ। ରାଜ୍ୟପାଳ ଭୁବନେଶ୍ୱର ରେଳଷ୍ଟେସନ, ଅନ୍ୟ ଷ୍ଟେସନଗୁଡ଼ିକର ପୁନଃ ବିକାଶ ଏବଂ ବିକାଶ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ