ବି ଏମ୍ ସି ର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ: ପରିମଳ, ଏକକ ପ୍ଲାଷ୍ଟିକ ବ୍ୟବହାରକୁ ନାଁ

ଭୁବନେଶ୍ବର: ଚଳିତ ଦୁର୍ଗାପୂଜା ଆୟୋଜନକୁ ସୁଗମ କରିବା ଉପଲକ୍ଷେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ। ମେୟର ଶ୍ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ, ଡେପୁଟି ମେୟର ମଞ୍ଜୁଳତା କହଁର, କମିଶନର ଚଞ୍ଚଳ ରାଣା , ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, କର୍ପୋରେଟର ଏବଂ ସଂଯୁକ୍ତ ବିଭାଗୀୟ ଅଧିକାରୀମାନେ କ୍ଷ ବୈଠକର ପ୍ରାରମ୍ଭରେ କମିଶନର ସ୍ବାଗତ ଭାଷଣ ଦେଇ ଆସୁଥିବା ପୂଜାକୁ ଶୃଙ୍ଖଳିତ କରିବା ସହିତ କର୍ପୋରେସନ, ସମ୍ପୃକ୍ତ ପୂଜା କମିଟି ଏବମ୍ ସଂଯୁକ୍ତ ବିଭାଗ ଗୁଡିକର ସହଯୋଗ କାମନା କରିଥିଲେ ।
ପରିମଳ, ଏକକ ପ୍ଲାଷ୍ଟିକ ବ୍ୟବହାର କୁ ନାଁ,ରାସ୍ତା ଓ ଆଲୋକ ମରାମତି,ଖାଦ୍ୟ ସୁରକ୍ଷା,ଟ୍ରାଫିକ ଓ ପାର୍କିଂ ପରିଚାଳନା, ଅଗ୍ନି ସୁରକ୍ଷା, ଅସ୍ଥାୟୀ ବିସର୍ଜନ ପୁଷ୍କରିଣୀ, କଣ୍ଟ୍ରୋଲ ରୁମ୍, ପୁଜା ପେଣ୍ଡାଲରେ ପରିମଳର ସଚେତନତା ବାର୍ତ୍ତା ସାଙ୍ଗକୁ ସଂଯୁକ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ କାର୍ୟ୍ୟ ଅବଧି ମଧ୍ୟରେ ସାରିବାକୁ ଆଲୋଚନା କରାଯାଇଥିଲା କ୍ଷ ସହରରେ ୧୯୦ରୁ ଅଧିକ ପୂଜା ମଣ୍ଡପ ହେଲାଣି । ପ୍ଲାଷ୍ଟିକ ଫ୍ରି ପୂଜା, ସୁବନ୍ଦୋବସ୍ତିତ ପାର୍କିଂ ଓ ସ୍ବଚ୍ଛତା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। କର୍ପୋରେଟର ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ତଥା ପୂଜା କମିଟିର ଆବଶ୍ୟକତା ସମ୍ପର୍କରେ ଅବଗତ କରାଯାଇଛି। ଆଗକୁ ବିଭିନ୍ନ ପୂଜା କମିଟି ସହ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଯେଉଁଠାରେ ଷ୍ଟ୍ରିଟ୍‌ ଲାଇଟ୍‌ର ସମସ୍ୟା ରହିଛି ତାହାର ସମାଧାନ ୪୮ ଘଣ୍ଟା ମଧ୍ୟରେ କରାଯିବ। ଏଥିପାଇଁ ଏଜେନ୍ସିମାନେ ଲୋକବଳ ବଢ଼ାଇବାକୁ କୁହାଯାଇଛି। ଏହା ସହ ରାସ୍ତାମରାମତି ଉପରେ ପ୍ରାଧାନ୍ୟ ଦିଆଯାଉଛି। ସାଢ଼େ ୯ରୁ ୧୦ କୋଟିର ଟେଣ୍ଡର ହୋଇ ଓ୍ବାର୍କ ଅର୍ଡ଼ର ଦିଆଯାଇଥିବା ରାସ୍ତାକାମ ଚଳିତ ମାସରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଭସାଣି ଉସତ୍ବକୁ ମଧ୍ୟ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯିବ। ଓ୍ବାଟକୋ ଭଳି ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟ ଯେପରି ରୋଡ୍‌ ଖୋଳିବା କିମ୍ବା କେଉଁଠାରେ ନୂଆ ରୋଡ୍‌ ବର୍ତ୍ତମାନ ନିର୍ମାଣ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଅନାବନା ଭାବେ ବଢ଼ିଥିବା ଗଛ ଡାଳ କାଟିବା ପାଇଁ ଟିପିସିଓଡିଏଲ କୁ କୁହାଯାଇଛି। ବର୍ଷା ନେଇ ଜଳବନ୍ଦୀ ସମସ୍ୟାକୁ ନେ ଆମେ ୩ ମାସ ହେଲା ପ୍ରସ୍ତୁତ ଅଛୁ। ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ର଼୍ୟାପିଡତ ରେସପନ୍ସ ଟିମ୍‌ ସର୍ବଦା ପ୍ରସ୍ତୁତ ହୋଇ ଅଛନ୍ତି; ବୋଲି କହିଥିଲେ କମିଶନର ।
ମେୟର ଶ୍ରୀମତୀ ଦାସ କହିଥିଲେ ଯେ , ସେପ୍ଟେମ୍ବର ୧ ତାରିଖରେ କମିଶନରେଟ ପୋଲିସ ସହ ମଧ୍ୟ ବୈଠକ ହୋଇଯାଇଛି। ସହରର ବିଭିନ୍ନ ରାସ୍ତାକୁ ମରାମତିକୁ ପ୍ରାଥମିକତା ଦିଆଯାଉଛି। କେବଳ ବିଏମସି ରାସ୍ତା ନୁହେଁ ଅନ୍ୟାନ୍ୟ ବିଭାଗର ରାସ୍ତାଗୁଡ଼ିକର ମରାମତି କିପରି ସମୟ ପୂର୍ବରୁ ହୋଇପାରିବ ସେ ନେଇ ସବୁ ବିଭାଗ ନିର୍ଦ୍ଦେଶ ଦିଆଯିବା ସହ ପୂଜା ପୂର୍ବରୁ କୌଣସି ସ୍ଥାନରେ ରାସ୍ତା ନ ଖୋଳିବାକୁ ପରାମର୍ଶ ଦିଆଯାଇଛି। ପୁଲିସ ବିଭାଗ ଦ୍ବାରା ମେଲୋଡିରେ ଅଶ୍ଳୀଳ ନୃତ୍ୟ ଉପରେ ରୋକ ଲଗାଯାଇଛି। ଲେଜର ଲାଇଟ୍‌ ଓ ଡିଜେକୁ ମଧ୍ୟ ବାରଣ କରାଯାଇଛି। ରାବଣ ପୋଡି ହେଉ ବା ମଣ୍ଡପ ନିକଟରେ ଲୋକ କିପରି ସୁରକ୍ଷିତ ରହିବେ ଏବଂ ପାର୍କିଂ ପ୍ରତି ଗୁରୁତ୍ୱ ଦିଆଯାଇଛି। ସମସ୍ତ ପୂଜାମଣ୍ଡପ ଏହାର ବ୍ୟବସ୍ଥା କରିବେ। ଜରୁରୀକାଳିନ ଯାନ ଚଳାଚଳ କରିପାରିବା ଭଳି ଉଚ୍ଚତା ବିଶିଷ୍ଟ ତୋରଣ ଓ ସାଜସଜ୍ଜା ରହିବ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରତି ଓ୍ବାର୍ଡକୁ ୫ଲକ୍ଷ ଟଙ୍କାର ଏକ ବଜେଟ୍‌ ଦିଆଯାଇଛି। ମୀନାବଜାରରେ ଖାଦ୍ୟ ମାନ ନିୟମିତ ଯାଞ୍ଚ କରାଯିବ। ମିଠା ଦୋକାନ ଉପରେ ମଧ୍ୟ ନଜର ରହିବ। ପୂଜାମଣ୍ଡପଗୁଡ଼ିକରୁ ପୂଜାଫୁଲ ସଂଗ୍ରହ ପାଇଁ ବିଏମସି ଗାଡ଼ି ପହଞ୍ଚତ୍ବ। ସେହିପରି ପ୍ଲାଷ୍ଟିକ୍‌ମୁକ୍ତ ପୂଜା ସୁନିଶ୍ଚିତ କରିବା ପାଇଁ ପୂଜାମଣ୍ଡପ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ବିଏମସି ପକ୍ଷରୁ ପ୍ରତିବର୍ଷ ଭଳି କଣ୍ଟ୍ରୋଲରୁମ୍‌ କାର୍ୟ୍ୟକ୍ଷମ ହେବ। ବଡବଡ ପୂଜା ମଣ୍ଡପ ନିକଟରେ ବି ଏମ୍ ସି ପକ୍ଷରୁ ସଚେତନତା ବାର୍ତ୍ତା ଲଗାଯିବ। ସମାନ ଭାବେ କମିସନରେଟ ପୋଲିସ ପକ୍ଷରୁ ସଚେତନତା ବୋର୍ଡ ଲଗାଇବାକୁ ଅନୁରୋଧ କରାଯାଇଛି । ପୂଜା ସମୟରେ ଅଧିକ ବୁଲା କୁକୁର ଥିବା ଅଞ୍ଚଳରୁ ନେଇ ବିଏମସି ସାଧ୍ୟମତେ କେନେଲରେ ପୂଜା ସମୟରେ ରଖିବାକୁ ଯୋଜନା କରାଯାଉଛି। ଆବଶ୍ୟକ ସ୍ଥଳେ ଏହାର ଏକ ସମୀକ୍ଷା ବୈଠକ କରାଯିବ ବୋଲି ବି ଏମ୍ ସି ପକ୍ଷରୁ କୁହାଯାଇଛି ।
ଉକ୍ତ ବୈଠକର ପରିଚାଳନା ଭାର ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାଶ ଚନ୍ଦ୍ର ଦାସ ଓ ଡେପୁଟି କମିଶନର ଶ୍ରୀ ଏନ ଗଣେଶ ବାବୁ ନେଇଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ