ତାତି: ଆସନ୍ତା ୧୫ ଦିନ ଯାଏ ତ୍ରାହି ନାହିଁ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ । ମଝିରେ ସାମୟିକ ଭାବେ ପାରଦ ସାମାନ୍ୟ ତଳକୁ ଖସିବ । କିନ୍ତୁ, ବଡ଼ ଆଶ୍ୱସ୍ତି ମିଳିବନି । ଜାରି ରହିବ ନିଷ୍ଠୁର ଗ୍ରୀଷ୍ମର ନିର୍ମମ ପ୍ରହାର ।
ସ୍ଥିତି ଅସମ୍ଭାଳ ହେଲାଣି । ଗୁରୁବାର ଝାରସୁଗୁଡ଼ା ୪୪ ଡିଗ୍ରୀ ସେଲସିୟସ୍ ତାଉରେ ଟକଟକ ହୋଇ ଫୁଟୁଥିଲା । କୋଇଲା ନଗରୀ ତାଳଚେର ବି ୪୪ ଡିଗ୍ରୀ ତାତିରେ ଦାଉଦାଉ ହୋଇ ଜଳୁଥିଲା । ଏ ଦୁଇ ସହର ପାଲଟିଥିଲେ ଦେଶର ଚତୁର୍ଥ ତତଲା ସହର । ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ ତାପମାତ୍ରା ୪୩.୮, ଢେଙ୍କାନାଳ ୪୩.୫, ଅନୁଗୁଳ ୪୩.୫, ହୀରାକୁଦ ୪୩.୪, ପାରଳାଖେମୁଣ୍ଡି ୪୩, ସମ୍ବଲପୁର ୪୩ ଡିଗ୍ରୀ ଛୁଇଁଥିଲା । ରାଉରକେଲା, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଭବାନୀପାଟଣା, ସୋନପୁର, ସୁନ୍ଦରଗଡ଼ ଓ ଭୁବନେଶ୍ୱରରେ ପାରଦ ୪୨ ଡେଇଁଲା । କଟକ ପହଞ୍ଚିଲା ୪୧.୮ ଡିଗ୍ରୀରେ ।
ଗୁରୁବାର ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଦେଖାଇଛି । ଏହି ଆକଳନ କହୁଛି, ଏପ୍ରିଲ ୨୪ରୁ ୩୦ ତାରିଖ ଭିତରେ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ୩୬ରୁ ୪୨ ଡିଗ୍ରୀ ଭିତରେ ରହିବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ତାପମାତ୍ରା ୪୦-୪୪ ଡିଗ୍ରୀ ରହିପାରେ । ସେହିପରି ପରବର୍ତ୍ତୀ ସପ୍ତାହରେ (ମେ’୧ରୁ ୭) ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପାରଦ ୩୮-୪୦ ଡିଗ୍ରୀ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦-୪୨ ଡିଗ୍ରୀ ରହିବା ଆଶଙ୍କା ଅଛି ।

ପାଣିପାଗ ବିଭାଗର ତାଜା ଆକଳନ ହେଲା, ଆସନ୍ତା ୩ ଦିନ ପର୍ୟ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା’ପରେ ୨-୩ ଦିନ ଡିଗ୍ରୀ କମିପାରେ । ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହିଟ୍ ୱେଭ ସ୍ଥିତି ରହିବ । ବଲାଙ୍ଗୀର, ସମ୍ବଲପୁର, କନ୍ଧମାଳରେ ରାତିରେ ବି ଗରମ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିପାରେ । ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି । ୨୫ରୁ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ସମ୍ଭାବନା କମ୍ । ୨୪ ତାରିଖ ପଶ୍ଚିମରେ ପାରଦ ୪୫ ଡିଗ୍ରୀ ଛୁଇଁବା ସହ ଭୁବନେଶ୍ୱର ୪୩ ଡିଗ୍ରୀରେ ପହଞ୍ଚିପାରେ ।

  • Related Posts

    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର