
ଦେବଗଡ଼:ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଆଜି ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଯୋଗ ଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରି ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ,ବିଧାୟକ ପ୍ରତିନିଧି ନଗେନ ପଣ୍ଡା ଉପସ୍ଥିତ ଥିଲେ।




