ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୮ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋକୁ ଧକ୍କା ଦେଇଛି ଏକ ଲରି । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୦-୧୨ ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳରେ ତୀର୍ଥଯାତ୍ରୀ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

​​​​​​​ମୃତକମାନେ ସମସ୍ତେ କର୍ଣ୍ଣାଟକର ଚିକ୍କାବଲ୍ଲପୁରର ବାସିନ୍ଦା । ଦୁର୍ଘଟଣା ଘଟିବା ସମୟରେ ଶ୍ରଦ୍ଧାଳୁମାନ ଏକ ବୋଲେରୋ ଗାଡ଼ିରେ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିପରୀତ ଦିଗରୁ ଆସୁଥିବା ସିମେଣ୍ଟ ଏବଂ ପଥର ବୋଝେଇ ଲରି କଲ୍ଲୁଦେଭାକୁଣ୍ଟା ନିକଟରେ ବୋଲେରୋ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ଦୁଇଜଣ ପରେ ପରେ ଆଖି ବୁଜିଥିଲେ । ଆନ୍ଧ୍ରପ୍ରେଦଶର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ମାନଙ୍କୁ ୫୦ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
​​​​​​​ବୋଲେରୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଗାଡ଼ିର କିଛି ଅଂଶ ରାସ୍ତାରେ ବିଛାଡ଼ି ପଡ଼ିଥିଲା । କିଛି ଲୋକ ଗାଡ଼ି ଭିତରେ ଗୁରୁତର ଭାବରେ ଫସି ରହିଥିଲେ। ପଥଚାରୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଭିଡ଼ ଜମିଥିଲା। ଦୁର୍ଘଟଣାରେ ଆହତ ୧୩ ଜଣ ତୀର୍ଥଯାତ୍ରୀଙ୍କୁ ତୁରନ୍ତ ଆମିଗାନୁର ଏବଂ କୁର୍ଣ୍ଣୁଲର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଯୋଗୁଁ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ମୃତକଙ୍କ ପରିବାରବର୍ଗ ସ୍ତବ୍ଧ । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ଷତିଗ୍ରସ୍ତ ଗାଡ଼ିର ଭଗ୍ନାବଶେଷ ରାସ୍ତାରୁ ହଟାଇବା ଆରମ୍ଭ ହୋଇଛି ।

  • Related Posts

    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading
    fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ