
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦନ୍ତା ହାତୀ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ମହତପଲା ଗାଁରେ ଶୌଚ ପାଇଁ ଯିବାବେଳେ ମାଆ , ପୁଅ ହାତୀ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ହାତୀ ଆକ୍ରମଣରେ ନାବାଳକ ପୁଅର ମୃତ୍ୟୁ ଘଟିଥିବାବେଳେ ଗୁରୁତର ମାଆକୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ମୃତ୍ୟୁ ଘଟୁଛି ତ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି।




