
ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ୭ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ରାଉରକେଲା ୭.୨, ଝାରସୁଗୁଡା ୭.୭, ସୋନପୁର ୯ ଡିଗ୍ରୀ , ଭବାନୀପାଟଣା ୯.୯, ସୁନ୍ଦରଗଡ ୧୦.୨ , କେନ୍ଦୁଝରରେ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ଵରରେ ରାତି ତାପମାତ୍ରା ୧୩.୨ ଥିବାବେଳେ କଟକରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଫଳସ୍ବରୂପ ଶୀତ ପ୍ରକୋପ ଲାଗି ରହିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଆଜି ସକାଳେ କଟକ, ଖୋର୍ଦ୍ଧା, ପୁରୀ, ଝାରସୁୁଗୁଡ଼ା ଏବଂ କୋରାପୁଟରେ କୁହୁଡ଼ି ଦୃଶ୍ୟମାନ ହୋଇଛି। କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଏବଂ ନୟାଗଡ଼ ଜିଲାକୁ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।




