ଦଳ ବଦଳ କଲେ ସମବାୟ ସଂସ୍ଥାର ସମୃଦ୍ଧି ହୁଏ ନାହିଁ- କଂଗ୍ରେସ

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନଙ୍କ ଭାଷାରେ ବ୍ୟକ୍ତିକୁ ଧର୍ମ ଓ ନୈତିକତା ବିଷୟରେ ଶିକ୍ଷା ଦେବା ପୂର୍ବରୁ ତାକୁ ଉନ୍ନତ ଜୀବନ ଶୈଳୀରେ ବଞ୍ôଚବାକୁ ସୁଯୋଗ ଦେବା ହିଁ ସମବାୟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି,ସାମଗ୍ରୀକ ବିକାଶ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କୁ ଆର୍ôଥକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସମବାୟ ଅନୁଷ୍ଠାନର ମହତ୍ୱପୂର୍ଣ୍ଣ ଭୂମିକା । ସମବାୟର ସଂଜ୍ଞା, ସ୍ୱରୂ, ଆଭିମୁଖ୍ୟ ଓ ସମବାୟ କ୍ଷେତ୍ରରେ ନିଷ୍ଠା,ସାଧୁତା ପ୍ରତି ଯତ୍ନଶୀଳ ହେଲେ ସମବାୟ ସଂସ୍ଥାଗୁଡ଼ିକର ବିକାଶ ହୋଇପାରିବ । ଗଣତନ୍ତ୍ରରେ ବିଭିନ୍ନ ରାଜନୈତିକ ଦଳ ଶାସନକ୍ଷେତ୍ରକୁ ଆସିବା ପରେ ସମବାୟ ସଂସ୍ଥାଗୁଡ଼ିକୁ କ୍ରିୟାଶୀଳ ଓ ସଶକ୍ତ କରୁଥିବା ପ୍ରୟାସ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ । କେବଳ ଯେ ପାଳିକୁ ପାଳି ସୁବିଧା ଦେଖି ନିଜର ରାଜନୈତିକ ପତିଆରା ଅଭିବୃଦ୍ଧି ଓ ନିଜକୁ ଦୋଷରୁ ମୁକ୍ତି ଓ ସୁରକ୍ଷିତ ରଖିବା ପାଇଁ ସେହି ସଂସ୍ଥାର ଉନ୍ନତି ଓ ସଂସ୍ଥାରେ ନିୟୋଜିତ ଥିବା କର୍ମଚାରୀମାନଙ୍କ ପ୍ରଗତିକୁ ବାଦ୍ ଦେଇ ସଚ୍ଚା ସମବାୟବିତ୍ କହିଲେ କିମ୍ବା ଦଳ ବଦଳ କଲେ ସେହି ସମବାୟବିତ୍‌ମାନଙ୍କ ଦ୍ୱାରା କେବେ ବି ସମବାୟ ସଂସ୍ଥାର ବିକାଶ ହୋଇ ପାରିବନାହିଁ ବୋଲି କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ପ୍ରଥମେ ଟାଣୁଆ ସମବାୟବିତ୍ କହିବାକୁ ହେଲେ ଥରେ ନିଜର ଅଭିଜ୍ଞତାକୁ ଉପଲବ୍ôଧ କରି ଆତ୍ମ ସମୀକ୍ଷା କରିବା ଉଚିତ୍ । କିନ୍ତୁ ଆଜିର ଦିନରେ ସମବାୟରେ ‘ସ’ ଅକ୍ଷର ନ ଜାଣିଥିବା ଲୋକ ଅସଦ୍‌ଉପାୟରେ ଯେପରି ନିଜକୁ ସମବାୟବିତ୍ ବୋଲାଉଛନ୍ତି ତାହା କେବଳ କବିସୂର୍ଯ୍ୟ ବଳଦେବ ରଥଙ୍କ ଭାଷାରେ “ଜଗତେ କେବଳ ଜନେ ହସିବା କଥା । ସମବାୟ ସଂସ୍ଥା ଆଜି ବ୍ୟକ୍ତି କୈନ୍ଦ୍ରୀକ ଓ ରାଜନିତିର ଚାରଣଭୂମି ପାଲଟିଛି । ସଭ୍ୟମାନଙ୍କର ଯୋଗ୍ୟତା ଓ ଅଧିକାରକୁ ବାଦ୍ ଦେଇ ସମବାୟବିତ୍‌ମାନେ ସମବାୟର ଶ୍ରେଷ୍ଠନେତା ବୋଲାଉଛନ୍ତି ବୋଲି ସେ କହିଛନ୍ତି । ସମୟ ଆସିବ ଦଳ ବଦଳକାରୀ ସେହି ସମବାୟବିତ୍‌ମାନଙ୍କୁ ସମବାୟ କ୍ଷେତ୍ରରେ ଯେଉଁ ଉପହାର ପ୍ରଦାନ କରାଯିବ ସେହି ଉପହାର କେବେ ବି ବଜାରରେ ଉପଲବ୍ଧ ହେବା ସମ୍ଭବ ନୁହେଁ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ