“ଦାଦନ ଶ୍ରମିକ”ଙ୍କ ମରଶରୀର ଗାଁକୁ ଆଣିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସହାୟତା ପାଇଁ ‘ସ୍ୱାକ’ର ପ୍ରୟାସ

ରାଇକିଆ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ଆଡ଼ିବଙ୍ଗା ଗ୍ରାମର ଦାଦନ ଶ୍ରମିକ ଶ୍ରୀ ସନ୍ତୋଷ ମଲ୍ଲିକ (୪୬)ଙ୍କ କେରଳ ରାଜ୍ୟରେ ଆଜି ସକାଳେ ହଠାତ୍ ମୃତ୍ୟୁ ଘଟିଛି। ତାଙ୍କ ମରଶରୀର କେରଳର କନ୍ନୁର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ରହିଥିବା ଜଣାପଡ଼ିଛି।ପରିବାରର ଜୀବିକା ନିର୍ବାହ ପାଇଁ ସନ୍ତୋଷ ଦୀର୍ଘଦିନ ଧରି କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ସ୍ନେହଲତା ମଲ୍ଲିକଙ୍କ ସମେତ ୫ ଜଣ ପୁଅଝିଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକାରୀଙ୍କୁ ହରାଇ ପରିବାରଟି ଏବେ ଅତ୍ୟନ୍ତ ଦୁର୍ଦ୍ଦିନରେ ପଡ଼ିଛି।ମରଶରୀରକୁ କେରଳରୁ ନିଜ ଜନ୍ମମାଟି ଆଡ଼ିବଙ୍ଗାକୁ ଆଣିବା ପାଇଁ ଆବଶ୍ୟକ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାର ସାମର୍ଥ୍ୟ ପରିବାରର ନଥିବାରୁ ମୃତକଙ୍କ ସ୍ତ୍ରୀ ସ୍ନେହଲତା ମଲ୍ଲିକ ସାମାଜିକ ସଂଗଠନ ‘ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ’ (ସ୍ୱାକ)ର ସଭାପତି ଆମନ ଚନ୍ଦ୍ର ନାୟକଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଜଣାଇ ସହଯୋଗ ନିବେଦନ କରିଥିଲେ।ଏହି ଘଟଣା ପୁଣିଥରେ କନ୍ଧମାଳର ଦାଦନ ଶ୍ରମିକଙ୍କ ଦୁଃଖଦ ପରିସ୍ଥିତିକୁ ସାମ୍ନାକୁ ଆଣିଛି। ଗତ ଦୁଇ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲାର ୧୬ ଜଣ ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଏହାକୁ ନେଇ ଜିଲ୍ଲାରେ ଚିନ୍ତା ପ୍ରକାଶ ପାଇଛି। ନିଜ ଅଞ୍ଚଳରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରାଯାଇପାରିଲେ ବାହାର ରାଜ୍ୟକୁ ଦାଦନ ଯିବା ଶ୍ରମିକଙ୍କ ସଂଖ୍ୟା କମିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଥିସହିତ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜୀକରଣ, ସୁରକ୍ଷା ଓ ଆପତ୍କାଳୀନ ସହାୟତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଵାକ୍ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୃତକଙ୍କ ମରଶରୀରକୁ କେରଳରୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ତ୍ୱରିତ ସହାୟତା ନିମନ୍ତେ ଅନୁରୋଧ କରାଯାଇଥିଲା। ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ମାନବିକତାର ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦,୦୦୦ ଟଙ୍କାର ସହାୟତା ଅନୁମୋଦନ କରିଛନ୍ତି।ଅନୁମୋଦିତ ସହାୟତା ରାଶିର ଚେକ୍‌କୁ ସ୍ୱାକର ସଭାପତି ଆମନ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଏବଂ ଜିଲ୍ଲା ମିଡିଆ ଫୋରମ୍ ସଭାପତି ସୁନୀଲ ବିଶାଳ ଗ୍ରହଣ କରିଥିଲେ। ପରେ ସେମାନେ ମୃତକଙ୍କ ପରିବାରକୁ ସାକ୍ଷାତ କରି ଚେକ୍‌ଟି ପ୍ରଦାନ କରିଥିଲେ। ଏହି ସମୟରେ ସ୍ୱାକର ସମ୍ପାଦକ ହୃଷିକେଶ ପ୍ରଧାନ ଓ ସନ୍ତୋଷ ଦିଗାଲ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲାପାଳଙ୍କ ଏହି ତ୍ୱରିତ ମାନବିକ ହସ୍ତକ୍ଷେପ ଯୋଗୁଁ ସନ୍ତୋଷ ମଲ୍ଲିକଙ୍କ ମରଶରୀରକୁ କେରଳରୁ ତାଙ୍କ ଜନ୍ମମାଟିକୁ ଆଣିବା ପ୍ରକ୍ରିୟାରେ ପରିବାରକୁ ଆବଶ୍ୟକ ସହାୟତା ମିଳିପାରିଛି। ଦୁଃଖଦ ସମୟରେ ମୃତକଙ୍କ ପରିବାର ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାଇଥିବାରୁ ପରିବାର ପକ୍ଷରୁ ଜିଲ୍ଲାପାଳ ଏବଂ ସ୍ଵାକ ପରିବାର ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି।ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ରୋକିବା ସହିତ ନିଜ ଜିଲ୍ଲାରେ ରୋଜଗାର ସୃଷ୍ଟି, ଶ୍ରମିକଙ୍କ ସୁରକ୍ଷା ଓ ସଙ୍କଟ ସମୟରେ ତୁରନ୍ତ ସରକାରୀ ସହାୟତା ଯୋଗାଇବା ଦିଗରେ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସାଧାରଣ ମହଲରେ ମତ ପ୍ରକାଶ ପାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ