ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଦୁଇଟି ବିଧାନସଭା କ୍ଷେତ୍ର ଷଢ଼େଇକଳା ଖରସୁଆଁ ଓ ସିଂହଭୂମରେ ଆୟୋଜିତ ଦୁଇଟି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ଭୋଟ୍ ହାତେଇବା ସକାଶେ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାର କରିଥିଲେ। ଅନ୍ୟପଟେ ଭାଜପାର ବହୁ ନେତା ଏବେ ଝାଡ଼ଖଣ୍ଡ ଯାଇ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାମରେ ଲାଗି ଯାଇଛନ୍ତି।”
ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ
ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…







