ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି:ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର । କିଏ ହେବ ଆଉଟ୍‌, କିଏ ହେବ ଇନ୍‌ । ଏନେଇ ଚାଲିଛି କଳ୍ପନାଜଳ୍ପନା । ରାଜ୍ୟ କ୍ୟାବିନେଟ୍‌ର ୬ ମନ୍ତ୍ରୀ ପଦ ଖାଲି ପଡିଛି । ଯାହାକୁ ନେଇ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା ।ତେବେ ଖୁବଶୀଘ୍ର ଖାଲି ଥିବା ମନ୍ତ୍ରୀ ପଦକୁ ପୂରଣ କରାଯିବ ବୋଲି ନିକଟରେ କହିଥିଲେ ରାଜ୍ୟ ବିଜେପି ସଭାପତି । ୨ୟ ଥର ଲାଗି ରାଜ୍ୟ ବିଜେପି ସଭାପତିର ମଙ୍ଗ ଧରିବା ପରେ ମନମୋହନ ସାମଲ ଏହି ସୂଚନା ଦେଇଥିଲେ । ଏହାସହିତ ଖାଲି ପଡିଥିବା ନିଗମ ଓ ବୋର୍ଡର ଅଧ୍ୟକ୍ଷଙ୍କୁ ବି ଖୁବଶୀଘ୍ର ନିଯୁକ୍ତି ଦିଆଯିବ।

ମିଳିଥିବା ଖବର ଅନୁସାରେ, ରାଜ୍ୟରେ ଖାଲିଥିବା ମନ୍ତ୍ରୀ ପଦ ଏବଂ ନିଗମ ଓ ବୋର୍ଡରେ କେଉଁ ନେତାଙ୍କ ନିଯୁକ୍ତି ଦିଆଯିବ । ସେନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ତାପରେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ମୋହର ମରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଧାର୍ୟ୍ୟ ତାଲିକା ହାଇକମାଣ୍ଡଙ୍କୁ ଦେଖାସରିଛି । ଆଉ ଏବେ ଶେଷ ଥର ପାଇଁ ବରିଷ୍ଠ ନେତାଙ୍କୁ ତାଲିକା ପ୍ରଦାନ କରାଯିବ । ଆଗାମୀ ଦିନରେ କିପରି ସଂଗଠନ ଓ ସରକାର ଏକାଠି କାମ କରିବେ । ତା ଉପରେ ମଧ୍ୟ ଆଲୋଚନା ହେବ। ତେଣୁ ମନ୍ତ୍ରୀ ଓ ନିଗମର ଅଧ୍ୟକ୍ଷଙ୍କ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପସନ୍ଦ ଓ ସମର୍ଥନ ବଡ଼ ଭୂମିକା ରହିପାରେ । ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ରାଜ୍ୟରେ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ