ଦୁଇ ଟଙ୍କାରୁ ଅଧିକ ମହଙ୍ଗା ହେଲା ପ୍ରିମିୟମ ପେଟ୍ରୋଲ

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଇନ୍ଧନ ସଙ୍କଟର ସ୍ଥିତି, ପ୍ରଥମ ଥର ପେଟ୍ରୋଲର ମୂଲ୍ୟ ଉପରେ ପ୍ରଭାବ ପକାଇଛି। ଦେଶରେ ପ୍ରିମିୟମ ଅର୍ଥାତ୍ ପାୱାର ପେଟ୍ରୋଲର ଦାମ୍ ବଢାଇ ଦିଆ ଯାଇଛି। ସୂଚନା ମୁତାବିକ ,ପ୍ରିମିୟମ ପେଟ୍ରୋଲର ଦାମ୍‌ରେ ୨.୩୫ ଟଙ୍କା ପ୍ରତି ଲିଟରରେ ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏହି ଦାମ୍ କେବଳ ପ୍ରିମିୟମ ପେଟ୍ରୋଲର ଦାମ୍‌ରେ ଲାଗୁ ହେବ ଏବଂ ରେଗୁଲାର ପେଟ୍ରୋଲର ଦାମ୍ ବୃଦ୍ଧି କରାଯାଇ ନାହିଁ।

ଏହି ବୃଦ୍ଧିର ପ୍ରଭାବ ମୁଖ୍ୟତଃ ସେହି ଗ୍ରାହକଙ୍କ ଉପରେ ପଡ଼ିବ ଯିଏ ହାଇ-ଆକ୍ଟେନ ଅର୍ଥାତ୍ ପ୍ରିମିୟମ ପେଟ୍ରୋଲର ବ୍ୟବହାର କରନ୍ତି। କହି ରଖୁଛୁକି ପ୍ରିମିୟମ ପେଟ୍ରୋଲର ବ୍ୟବହାର ସାଧାରଣତଃ ଭଲ ଇଞ୍ଜିନ ପରଫର୍ମାନ୍ସ ଓ ଅଧିକ ମାଇଲେଜ୍ ପାଇଁ କରାଯାଏ।

ବର୍ତ୍ତମାନ ତୈଳ କମ୍ପାନୀ ଗୁଡ଼ିକ ପକ୍ଷରୁ ଦାମ୍ ବୃଦ୍ଧିର କୌଣସି ଅଫିସିଆଲି କାରଣ କୁହାଯାଇ ନାହିଁ। ହେଲେ ସୂଚନାକାରୀଙ୍କ ଅନୁସାରେ ଇରାନ ଯୁଦ୍ଧ ଯୋଗୁଁ ଗ୍ଲୋବାଲ ଅଶୋଧିତ ତୈଳର ଦାମ୍‌ରେ ଉତ୍ଥାନ ପତନ ଓ ଲଜିଷ୍ଟିକ୍ ଖର୍ଚ୍ଚରେ ପରିବର୍ତ୍ତନ ଦାମ୍‌ରେ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ।

ଉଲ୍ଲେଖନୀୟ ଯେ, ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ଓ ତେହେରାନର ବ୍ୟାପକ ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ତୈଳର ଦାମ୍ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ଉପରେ ପହଞ୍ଚି ଯାଇଛି ଏବଂ ପୂରା ଦୁନିଆରେ ହାହାକାର ଲାଗି ରହିଛି। ସେପଟେ ଭାରତ ନିଜର ଅଶୋଧିତ ତୈଳର ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଆମଦାନୀ କରିଥାଏ ଏବଂ ଏଥିପାଇଁ ବିଶ୍ୱ ଦାମ୍‌ରେ ଏହି ବୃଦ୍ଧି ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି କରିଛି। ଏହା ଭାରତର କରେଣ୍ଟ ଆକାଉଣ୍ଟର କ୍ଷତିକୁ ବୃଦ୍ଧି କରାଇ ଥାଏ ,ଟଙ୍କା ଉପରେ ଚାପ ପକାଇ ଥାଏ ଏବଂ ଘର ଓ ବ୍ୟବସାୟ ଗୁଡ଼ିକ ପାଇଁ ଇନ୍ଧନ ପେମେଣ୍ଟ ବଢାଇ ଥାଏ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ