ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ପୂର୍ବ ବର୍ଷ ତୁଳନାରେ ହ୍ରାସ

କଟକ: ଚଳିତ ବର୍ଷ ସଡ଼କ ସୁରକ୍ଷା ମାସରେ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୫ ଜାନୁଆରିରେ ୯୯୪ଟି ଦୁର୍ଘଟଣାରେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ବର୍ଷ ତୁଳନାରେ ୯୯ଟି କମ୍‌ ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ବି ୪୪ କମ୍‌ ରହିଛି। ପରିବହନ ବିଭାଗ ଓ ପୁଲିସ ମିଳିତ ଭାବେ ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା କଡ଼ାକଡ଼ି କରିଥିବାରୁ ଦୁର୍ଘଟଣା ସଂଖ୍ୟା ହ୍ରାସରେ ଯଥେଷ୍ଟ ସହାୟକ ହୋଇଥିବା କୁହାଯାଉଛି। ତଥ୍ୟ ଅନୁଯାୟୀ, ପୂର୍ବ ବର୍ଷ ମାନଙ୍କରେ ଜାନୁଆରି ମାସରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିଲା। କିନ୍ତୁ ୨୦୨୫ରେ ପ୍ରଥମ ଥର ପାଇଁ ସଡ଼କ ସୁରକ୍ଷା ମାସ ଜାନୁଆରି ପହିଲାରୁ ଆରମ୍ଭ ହୋଇଥିଲା। ଏହି ମାସରେ ବଣଭୋଜି ଅଞ୍ଚଳରେ ମଦ୍ୟପାନ କରି ଯାନବାହନ ଚାଳନା ବିରୋଧରେ ଅଧିକ ଯାଞ୍ଚ ହୋଇଥିଲା।ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୫ ଜାନୁଆରିରେ ରାଜ୍ୟରେ ୯୯୪ ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ହେଉଛି ୪୧୭। ୨୦୨୪ରେ ଦୁର୍ଘଟଣା ସଂଖ୍ୟା ଥିଲା ୧୦୯୩ ଓ ମୃତ୍ୟୁସଂଖ୍ୟା ଥିଲା ୫୬୧। ସେହିଭଳି ୨୦୨୩ରେ ଏହି ସଂଖ୍ୟା ଯଥାକ୍ରମେ ୧୧୯୯ ଓ ୫୫୪ ରହିଥିଲା। ନିର୍ଦ୍ଦିଷ୍ଟ ଭାବେ ଡିସେମ୍ବର ଓ ଜାନୁଆରିରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ। ଏହି ସମୟରେ ଅଧିକ ବଣଭୋଜି ହେଉଥିବାରୁ ମଦ୍ୟପାନ ଓ ଦ୍ରୁତଗତି ଜନିତ ଦୁର୍ଘଟଣା ବୃଦ୍ଧି ପାଏ। ସେହିଭଳି କୁହୁଡ଼ି ଯୋଗୁଁ ବି ଅନେକ ଦୁର୍ଘଟଣା ଘଟିଥାଏ। ତେଣୁ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ମାସରେ ବିଶେଷ ନଜର ରଖିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା। ଜାନୁଆରି ମାସରେ ପ୍ରତି ବୁଧବାରକୁ ଜିରୋ ଟଲେରାନ୍ସ ଡେ’ ଭାବେ ପାଳନ କରାଯାଉଛି। ଆଗକୁ ସଚତେନତା କାର୍ୟ୍ୟକ୍ରମ ଓ ଏନ୍‌ଫୋର୍ସମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ କଡ଼ାକଡ଼ି ଯାଞ୍ଚ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ