ଦୁର୍ଘଟଣାରେ ୩ ମୃତ

ରାଇରଂଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ମହାଦେବଶାଳ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। କରଞ୍ଜିଆ-ସିଙ୍ଗଡ଼ା ରାସ୍ତା ମହାଦେବଶାଳ ନିକଟରେ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ମୃତ ବ୍ୟକ୍ତି ହେଲେ ବାଟରାମ ଗାଗରାଇ ଓ ରତନ କୁମାର ଚାତାର। ଅନ୍ୟ ଜଣେ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ସିଙ୍ଗଡା କୁଦାସାହି ଗ୍ରାମର ବାଟରାମ ଗାଗରାଇ ନିଜର ଜଣେ ସାଙ୍ଗଙ୍କ ସହିତ କୌଣସି କାମରେ ବାହାରିଥିଲେ। ସେ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାରେ ଯାଉଥିବା ବେଳେ ମହାଦେବଶାଳ ନିକଟରେ ବିପରୀତ ଦିଗରୁ ତାଙ୍କୁ ଏକ ସ୍କୁଟି ଧକ୍କା ଦେଇଥିଲା, ଯେଉଁଥିରେ ୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣା ଯୋଗୁଁ ବାଟରାମ ଗାଗରାଇ ଓ ରତନ କୁମାର ଚାତାରଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ତେବେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

  • Related Posts

    ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନଶ୍ୱେର : ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ।…

    Continue reading
    ଡିଜିପି ଚୟନ ବିବାଦ; ଆଜି ସୁପ୍ରିମକୋର୍ଟରେ ହେବନି ଶୁଣାଣି

    ଓଡ଼ିଶା ଡିଜିପି ଚୟନ ବିବାଦ ନେଇ ସୁପ୍ରିକୋର୍ଟରେ ଶୁଣାଣି ପ୍ରସଙ୍ଗ। ଆଜି ହେବନାହିଁ ସୁପ୍ରିମକୋର୍ଟରେ ଶୁଣାଣି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ କରାଯାଇନାହିଁ । ଡିଜିପି ଚୟନ ବିବାଦ ନେଇ ସୁପ୍ରିମକୋର୍ଟରେ ହୋଇଛି ଜନସ୍ବାର୍ଥ ମାମଲା। ପୋଲିସ୍ ଡିଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ