
ଦେବଗଡ଼:ରାଜ୍ୟସରକାର ଦେବଗଡ଼ ଜିଲ୍ଲାର ବିକାଶରେ ଅବହେଳା କରୁଥିବା ଜିଲ୍ଲା କଂଗ୍ରେସ ସେମ ହେମ୍ରମ ଅଭିଯୋଗ କରିଛନ୍ତି।ଏହାର ପ୍ରତିବାଦର ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩୬ ଘଣ୍ଟିଆ ଉପବାସରେ ବସିଛନ୍ତି।ତେବେ ତାଙ୍କ ଦାବି ଗୁଡିକ ଯଥାର୍ଥ ଥିବା ହେତୁ ତାଙ୍କୁ ବିଭିନ୍ନ ସଂଗଠନ ସଦସ୍ୟ ଶ୍ରୀ ହେମ୍ରମଙ୍କ ସହ ଆଲୋଚନା କରିଥିଲେ।ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମଙ୍କୁ ବୁଝାସୁଝା କରିବା ସହ ଆଲୋଚନା କରିଥିବା ଜଣାପଡିଛି। ଖବରଲେଖା ହେବା ପର୍ଯ୍ୟନ୍ତ ତାଙ୍କର ଉପବାସ ଜାରି ରହିଛି। ଅଭିଯୋଗ ଅନୁଯାୟୀ, ପୁରୁଣା ମେଡିକାଲକୁ ସିଏଚସି ମାନ୍ୟତା, ତାଳଚେର-ବିମଳାଗଡ ରେଳପ୍ରକଳ୍ପରେ ଜମିଗ୍ରହଣରେ ଜମିର ଉଚିତ ମୂଲ୍ୟ ପ୍ରଦାନ ସହ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ କରିବା,ଜିଲ୍ଲାର ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଜିଲ୍ଲାର କୃଷି ପାଇଁ ଉଦ୍ଧିଷ୍ଟ ଏକମାତ୍ର ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ପଙ୍କ ଉଦ୍ଧାର, ଗୋହିରା ଡ୍ୟାମ ଇକୋ ଟୁରିଜିମ ପାଇଁ ଆସିଥିବା ବିଭିନ୍ନ ସାମଗ୍ରୀ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉ, ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟାର ସମାଧାନ, ଜିଲ୍ଲାରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ, କୃଷି ପ୍ରଧାନ ଜିଲ୍ଲାରେ ବେକାର ଯୁବକଙ୍କ ନିଯୁକ୍ତି ପାଇଁ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ସହ ପର୍ଯ୍ୟଟନର ବିକାଶ କରିବା ପାଇଁ ଦାବି କରିଛନ୍ତି।




