ଦେବାଶିଷ ବାବୁ ଟ୍ରାପରେ ପଡିଲେ:ଲେନିନ ମହାନ୍ତି

କଟକ : ପଦ୍ମ ଧରିବା ପରେ ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ। ପ୍ରେସମିଟ୍ କରି ବର୍ଷିଲେ ପୂର୍ବତନ ରାଜ୍ୟସଭା ସାଂସଦ। କହିଲେ ନବୀନ ବାବୁଙ୍କୁ ମୋତେ ଦେଖା କରେଇ ଦେଲେନି। ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଷଡ଼ଯନ୍ତ୍ର ଚାଲିଛି। ବିଜେଡିର ଏବେ ବାପା, ମା ନଥିବା ଭଳି ସ୍ଥିତି। ଏନଡିଏ ସହ ମୋ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ବିଜେପିରେ ମିଶିବା ପରେ ମୋତେ ଘରକୁ ଫେରିବା ଭଳି ଅନୁଭବ ହେଉଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦେବାଶିଷ କହିଛନ୍ତି ଯେ, ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର। କଟକର ବିଜେଡି ସଙ୍ଗଠନ ମୋ ସହ ଆସି ସାରିଲେଣି। ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି।

ସେପଟେ ପ୍ରେସମିଟ୍ କରି ଦେବାଶିଷ ସାମନ୍ତରାୟଙ୍କଙ୍କୁ କଟାକ୍ଷ କଲା ବିଜେଡି। ଦଳ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ପ୍ରଲୋଭିତ କରେଇବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଏବେ ଦେଶରେ ଚାଲିଛି। ଗୋଟିଏ ଦଳ ଲୋକଙ୍କୁ ପ୍ରୋଲିଭିତ କରୁଛି। ସେହି ପ୍ରସେସରେ ଦୁଇ ଦିନ ତଳେ ଜଣେ ନେତା ଆମ ଦଳ ଛାଡିଛନ୍ତି। ଦଳର ଭଲ ସମୟରେ ଥିଲେ, ବିଜେଡିରୁ ପଦ ପଦବୀ ପାଇଥିଲେ। ପୂର୍ବରୁ କିଛି ଜଣ ଯାଇଥିଲେ। ହେଲେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଏବେ ଦେବାଶିଷ ସାମନ୍ତରାୟ ଗଲେ। ଦଳ ଯେତେବେଳେ ବିରୋଧୀ ଦଳରେ ଅଛି। ସେ ସମୟରେ କହୁଛନ୍ତି ମୁଁ ଏବେ ପୁରୁଣା ଘରକୁ ଫେରିଛି। ବିଜେପିରେ ଏବେ ପଲିଟିକାଲ ଟସଲ ଚାଲିଛି। ଦେବାଶିଷ ବାବୁ ଟ୍ରାପରେ ପଡିଲେ। ନବୀନ ବାବୁ ଆପଣଙ୍କୁ ୫ ଥର ଟିକେଟ ଦେବା ସହ ରାଜ୍ୟସଭାକୁ ପଠାଇଛନ୍ତି। ଯଦି ଅଣନିଶ୍ୱାସୀ ହେଉଥିଲେ ତାହାଲେ କାହିଁକି ସେତେବେଳେ ଇସ୍ତଫା ଦେଇ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେନିନ।

ସେ କହିଛନ୍ତି ଯେ, ଦେବାଶିଷ ବିଜେଡି କର୍ମୀଙ୍କୁ ଚ୍ୟାଲେଞ୍ଜ ଦିଅନ୍ତୁ ନାହିଁ। ଆପଣ କେତେ ବାଟ ଯାଇ ପାରିବେ ଆମେ ଦେଖୁଛୁ। ଏତେ ଉଲ୍ଲସିତ ହୁଅନ୍ତୁ ନାହିଁ। ଯଦି ବିଜେଡି ସଂଗଠନ ତାଙ୍କ ସହ ଅଛି ତାହାଲେ ଗତକାଲି କାହିଁକି ବିମାନ ବନ୍ଦରରେ କେହି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

  • Related Posts

    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading
    ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

    ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ