ଦେଶରେ ପ୍ରଥମ ଥର ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଖୋଲାଗଲା ଇଭିଏମ,ବାଲଟ ଭୋଟ ଗଣତିରେ ବିଜୟୀ ହେଲେ ପରାଜିତ ପ୍ରାର୍ଥୀ

ହରିୟାଣା,16/08: ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପ୍ରଥମ ଥର ପାଇଁ ଇଭିଏମ ଖୋଲି ଗଣତି ହେଲା ଭୋଟ, ଜିତିଲେ ପରାଜିତ ପ୍ରାର୍ଥୀଭାରତରେ ନିର୍ବାଚନକୁ ନେଇ ବିବାଦ ଭିତରେ ଇଭିଏମ ଉପରେ ସବୁବେଳେ ପ୍ରଶ୍ନ ଉଠିଆସୁଛି। କିନ୍ତୁ ଏବେ ପ୍ରଥମ ଥର ଏପରି ହୋଇଛି ଯେ, ସୁପ୍ରିମକୋର୍ଟଙ୍କ ଆଦେଶରେ ଇଭିଏମ ଖୋଲାଯାଇଛି ଏବଂ ଭୋଟ ଗଣତି ହୋଇଛି। ଯେଉଁଥିରେ ନିର୍ବାଚନରେ ପରାଜିତ ହୋଇଥିବା ଆଶାୟୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଏହି ଘଟଣା ହରିୟାଣାର ପାନିପତ ଜିଲା ଅନ୍ତର୍ଗତ ବୁଆନା ଲାଖୁ ଗାଁର ପଞ୍ଚାୟତ ନିର୍ବାଚନ ସହିତ ଜଡ଼ିତ ରହିଛି। ଏଠାରେ ସରପଞ୍ଚ ନିର୍ବାଚନରେ ବିବାଦ ହୋଇଥିଲା। ଯାହା ଉପରେ କୋର୍ଟ ନିଜେ ହସ୍ତକ୍ଷେପ କରିଥିଲେ। ନିର୍ବାଚନ ରେକର୍ଡପତ୍ର ସହିତ ଇଭିଏମର ଗଣତି କରିବାକୁ ଆଦେଶ କହିଥିଲେ। ଇଭିଏମ ଭୋଟ ଏବଂ ବାଲଟ ଭୋଟ ଗଣତି ହେବା ପରେ ପରାଜିତ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ରାଜ୍ୟରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ୨୦୨୨ ନଭେମ୍ବର ୨ରେ ବୁଆନା ଲାଖୁ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। ଏଥିରେ କୁଳଦୀପ କୁମାର ସିଂହଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ମାତ୍ର ମୋହିତ କୁମାର ଏହାକୁ ଚାଲେଞ୍ଜ କରି ଅତିରିକ୍ତ ଜିଲା ଦୌରାଜଜ କୋର୍ଟଙ୍କ ଦ୍ଵାରସ୍ଥ ହୋଇ କୋର୍ଟରେ ହିଁ ଭୋଟ ଗଣତି ପାଇଁ ଅନୁରୋଧ କରିଥିଲେ। ୨୦୨୫ ଏପ୍ରିଲ ୨୨ରେ କୋର୍ଟ ପୁନର୍ବାର ଭୋଟ ଗଣତି ପାଇଁ ଆଦେଶ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ତଳକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ। ଏହା ପରେ ମୋହିତ କୁମାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବା ପୂର୍ବରୁ ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମର ଭୋଟ ଗଣତି ପାଇଁ ଆଦେଶ ଦେଇଥିଲେ, ଯାହା ପ୍ରଥମ ଥର ପାଇଁ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ଇଭିଏମର ଭୋଟ ଗଣତି ରେଜିଷ୍ଟ୍ରାରଙ୍କ ତତ୍ଵାବଧାନରେ ହୋଇଥିଲା। ଏହି ସମୟରେ ଉଭୟ ପକ୍ଷଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରଯାଇଥିଲା। ଗଣନା ପରେ ମୋହିତ କୁମାରଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ଏହି ନୂତନ ଫଳାଫଳ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତା ଏବଂ ପାରିଦର୍ଶିତାକୁ ନେଇ ପ୍ରଶ୍ନ ଉଠାଇଛି। ଲୋକଙ୍କ ମନରେ ଇଭିଏମର ବିଶ୍ଵସନୀୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ​‌ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷକରି ଆରଜେଡି ନେତା ତେଜସ୍ଵୀ ଯାଦବ ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ମାମଲା ନିର୍ବାଚନରେ ବିଜେପିର ମନମାନି ଏବଂ ଇଭିଏମର ଦୁରୂପଯୋଗ ଆଡକୁ ଇଙ୍ଗିତ କରୁଛି। ସେହିପରି ଅନ୍ୟ କେତେକ ନେତା ଏବଂ ରାଜନୈତିକ ଦଳ ମଧ୍ୟ ନିର୍ବାଚନ ପ୍ରକ୍ରିୟା ନିରପେକ୍ଷ କି ନୁହେଁ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ