ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ବୈଠକ ଶେଷ କିନ୍ତୁ ଯୁଦ୍ଧବିରତିର ସୂଚନା ନାହିଁ

ନୂଆଦିଲ୍ଲୀ,16।08: ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ସକାରାତ୍ମକ ଥିବା ବୋଲି କୁହାଗଲେ ବି ଏଥିରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ। ବୈଠକ ପରେ ଦୁଇ ନେତା ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଥିଲେ, ମାତ୍ର ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥି‌ଲେ। ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ ଏବଂ ଏଥିପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଆର୍କଟିକ୍ ଅଞ୍ଚଳରେ ରୁଷ-ଆମେରିକା ସହଯୋଗ ସମ୍ଭବ ଏବଂ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ନିବେଶ ପାଇଁ ବିପୁଳ ସମ୍ଭାବନା ରହିଛି।

  • Related Posts

    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading
    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ