
ଦେବଗଡ଼:ନକଲି ନୋଟ ଓ ଚୋରି ଅଭିଯୋଗରେ ଆଜି ବାରକୋଟ ଥାନା ପୁଲିସ ୨ଜଣ ଅଭିଯୁକକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ବାରକୋଟ ଥାନାର ମରଡଙ୍ଗ ଗ୍ରାମର ଅନୀଲ ସାହୁ(୩୫) ଓ ରବି ଦାଶ(୧୯)।ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଗୋଟିଏ ମଟରସାଇକେଲ,ନଗଦ ୮୫୦୦ ଟଙ୍କା,୬ଟି ୫୦୦ ଟଙ୍କିଆ ନକଲି ନୋଟ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି।ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ, ୧୭ ତାରିଖ ଦିନ ଅଭିଯୁକ୍ତ ଅନୀଲ ଓ ରବି ମରଡଙ୍ଗ ଗ୍ରାମରେ ଦୋକାନ ଦେଇଥିବା ଦେବାନନ୍ଦ ସାହୁଙ୍କ ସାମଗ୍ରୀ ନେବା ସମୟରେ ଏବଂ ଗ୍ରାମର ଅନ୍ୟାନ୍ୟ ସ୍ଥାନରେ କିଛି ନକଲି ନୋଟ୍ ବ୍ୟବହାର କରିଥିଲେ। ଏହାସହିତ ଦେବାନନ୍ଦଙ୍କ ଦୋକାନରୁ୧୦,୫୦୦ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ଦେବାନନ୍ଦ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହିତ ଅଭିଯୁକ୍ତ ଅନୀଲ ଓ ରବି ଗିରଫ କରି କୋର୍ଟ ଚାଲାଣ କରିଛି।







