ନନ୍ଦନକାନନ : ଯିବେ ୩ ପ୍ରଜାତିର ୭, ଆସିବେ ୧୮ ଜୀବଜନ୍ତୁ

ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ପୁଣି ଏକ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା ଅନୁମତି କ୍ରମେ ଆସନ୍ତା ୧୯ ତାରିଖରେ ନନ୍ଦନକାନନର ଏକ ଟିମ ଜନ୍ତୁ ଆଣିବା ପାଇଁ ଗୁଜୁରାଟ ଜୁନାଗଡ଼ର ସକରବାଗ୍‌ ଚିଡ଼ିଆଖାନାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ୩ ପ୍ରଜାତିର ୭ଟି ଜୀବଜନ୍ତୁ ଦେଉଥିବାବେଳେ ସକରବାଗ୍‌ ଚିଡ଼ିଆଖାନାରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ଆଣିବ । ଆଣୁଥିବା ଜନ୍ତୁମାନଙ୍କ ମଧ୍ୟରେ ଦୁଇ ଯୋଡ଼ା କଲରାପତରିଆ ବାଘ, ଦୁଇ ଯୋଡ଼ା ଡେମୋଇସେଲ କ୍ରେନ ଓ ୫ ଯୋଡ଼ା ଜଙ୍ଗଲୀ ନାଲି କୁକୁଡ଼ା ଅଛନ୍ତି । ସେହିପରି ପ୍ରତିବଦଳରେ ଗୋଟିଏ ଅଣ୍ଡିରା ଓଟପକ୍ଷୀ, ୩ଟି କୁଜି ହରିଣ ଓ ୩ଟି ଚଉଶିଙ୍ଗା ଯିବେ । ନନ୍ଦନକାନନ ଏହି ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ନୂଆ ପକ୍ଷୀ ଡେମୋଇସେଲ କ୍ରେନ ଆଣୁଥିବା ବେଳେ ଅନ୍ୟ ଜୀବଜନ୍ତୁମାନଙ୍କୁ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଆଣୁଛି । ଫଳରେ ନନ୍ଦନକାନନରେ ଥିବା ସେହି ପ୍ରଜାତୀର ଜନ୍ତୁମାନଙ୍କ ସହିତ ମିଳନ କରାଇ ସୁସ୍ଥ ଜନ୍ତୁ ପାଇପାରିବ ।
ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଛି । ଗତ ୧୧ ତାରିଖରେ ଏକ ଲମ୍ବା ଥଣ୍ଟିଆ (ଲଙ୍ଗ୍‌ ବିଲଡ) ଶାଗୁଣା ଅଣ୍ଡାରୁ ଛୁଆ ବାହାରିଛି । ଏହି ଛୁଆ ଜନ୍ମ ହେବା ପରେ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ନନ୍ଦନକାନନର ବଟାନିକାଲ ଗାର୍ଡେନ ପଛପଟେ ୨୦୧୨ ମସିହାରେ ଶାଗୁଣା ପ୍ରଜନନ କେନ୍ଦ୍ର କରାଯାଇ ଶାଗୁଣା ଛଡ଼ାଯାଇଥିଲା । କିନ୍ତୁ ବହୁବାର ଶାଗୁଣା ମିଳନ କରାଯାଇଥିଲେ ମଧ୍ୟ ସଫଳତା ପୂର୍ବକ ଅଣ୍ଡାରୁ ଛୁଆ ବାହାରି ନଥିଲେ । ୨୦୨୫ ଡିସେମ୍ବରରୁ ୨୦୨୬ ଜାନୁୟାରୀ ଦୁଇମାସ ଧରି କେ-୪୨ ଅଣ୍ଡିରା ଓ କେ-୪୬ ମାଈ ଶାଗୁଣା ମଧ୍ୟରେ ମିଳନ କରାଯାଇଥିଲା । ଜାନୁଆରୀ ୧୬ ତାରିଖରେ ମାଈ ଶାଗୁଣା ଗୋଟିଏ ଅଣ୍ଡା ଦେଇଥିଲା । ସେଥିରୁ ଗତ ୧୧ ତାରିଖରେ ଏକ ଛୁଆ ବାହାରିଛି । ବର୍ତ୍ତମାନ ଛୁଆ ଉପରେ ସିସିଟିଭି ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ଦରକାରୀ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶାରେ ଶାଗୁଣା ବଂଶ ଧିରେ ଧିରେ ଲୋପ ପାଇଯାଇଛି । ତେଣୁ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶାଗୁଣା ବଂଶ ବୃଦ୍ଧି କରାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛଡା ଯିବାକୁ ଲକ୍ଷ୍ୟ ରଖାଯାଇଛି।

  • Related Posts

    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading
    ଆଜି ଗୁଡ୍ ଫ୍ରାଇଡେ, ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

    ଆଜି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍‌ଟିଷ୍ଟ ଓ କ୍ୟାଥଲିକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ