ନନ୍ଦନକାନନ:ପର୍ୟ୍ୟଟକଙ୍କ ଆକର୍ଷଣ ସାଜିବେ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ମାଙ୍କଡ଼

ଭୁବନେଶ୍ବର: ନନ୍ଦନକାନନରେ ସ୍ବତନ୍ତ୍ର ଭାବରେ କରାଯାଇଛି ‘ବାନରଙ୍କ ଦୁନିଆ’ । ପର୍ୟ୍ୟଟକଙ୍କ ଆକର୍ଷଣ ସାଜିବେ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ମାଙ୍କଡ଼ । ଗୋଟିଏ ସ୍ଥାନରେ ପର୍ୟ୍ୟଟକମାନେ ବିଭିନ୍ନ ପ୍ରଜାତିର ମାଙ୍କଡ଼ଙ୍କୁ ଦେଖିବାକୁ ପାଇବେ । ପର୍ୟ୍ୟଟକଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍‌ଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ଼ ‘ବାନରଙ୍କ ଦୁନିଆ’ ।
ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ ‘ବାନରଙ୍କ ଦୁନିଆ’ । ୧୩୬୬୫.୨ ବର୍ଗଫୁଟ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି । ଏଥିପାଇଁ ମୋଟ ୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବିଭିନ୍ନ ଦେଶର ୭ ପ୍ରଜାତିର ମାଙ୍କଡ଼ ଦେଖିବାକୁ ପାଇବେ ।ମାଙ୍କଡ଼ମାନଙ୍କ ପାଇଁ ନନ୍ଦନକାନନରେ ୧୮ଟି ଫିଡିଙ୍ଗ୍ ଚ୍ୟାମ୍ବର ଓ ୧୦ଟି ବ୍ୟାକ୍ କ୍ରୋଲ ବ୍ୟବସ୍ଥା କରାଯାଇଛି । ପର୍ୟ୍ୟଟକମାନେ ଖୁଆଡ଼ ବୁଲି ଦେଖୁବା ପାଇଁ ସମସ୍ତ ରାସ୍ତାକୁ କଂକ୍ରିଟ, ଉପରେ ଛାତ ଓ ଜନ୍ତୁମାନଙ୍କୁ ଦେଖୁବା ପାଇଁ ଖୁଆଡ଼ ସମ୍ମୁଖରେ କାଚ ଲଗାଯାଇଛି । ଖୁଆଡ଼ ସହିତ ପର୍ୟ୍ୟଟକମାନେ କୃତ୍ରିମ ଝରଣା ମଧ୍ୟ ଦେଖିପାରିବେ । ବର୍ତ୍ତମାନ ସମୟରେ ନନ୍ଦନକାନନରେ କେବଳ ୧୦ ପ୍ରଜାତିର ବିଦେଶୀ ମାଙ୍କଡ ଦେଖିବାକୁ ପାଇବେ । ସମୁଦାୟ ନନ୍ଦନକାନନରେ ୧୫ ପ୍ରଜାତିର ଦେଶୀ ଏବଂ ବିଦେଶୀ ମାଙ୍କଡ ଦେଖିବାକୁ ପାଇଵେ ପର୍ୟ୍ୟଟକ ।ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, “ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ କରାଯାଉଛି । ଯାହା ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବ । ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ୟ୍ୟଟକ ଆସୁଛନ୍ତି । ସେମାନଙ୍କର ସଂଖ୍ୟା କିଭଳି ଭାବରେ ବୃଦ୍ଧି କରାଯିବ ସେନେଇ ମଧ୍ୟ ଯୋଜନା କରାଯାଉଛି ।”

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ