ନନ୍ଦନକାନନରେ ସିମ୍ପାଞ୍ଜି ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ ରହୁଥିବା ମାଈ ସିମ୍ପାଞ୍ଜି ‘ରାଖି’ ଏକ ଶାବକ ଜନ୍ମ ଦେଇ ଏହି ଖୁସିକୁ ଦ୍ୱିଗୁଣିତ କରିଛି ।୧୯୯୪ ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନରୁ ଆସିଥିବା ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ନନ୍ଦନକାନନରେ ୨୦୧୧ ଅଗଷ୍ଟ ୧୨ ତାରିଖରେ ଜନ୍ମିତ ମାଈ ସିମ୍ପାଞ୍ଜି ‘ରାଖି’ର ମିଳନ ଆଜକୁ ୨୧୮ ଦିନ ତଳେ ହୋଇଥିଲା । ଫଳରେ ଗତକାଲି ‘ରାଖି’ ଶାବକ ଜନ୍ମ ଦେଇଛି । ଏହି ଶାବକକୁ ମିଶାଇ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରେ ୨ଟି ଅଣ୍ଡିରା (ଜୁଲୁ ଓ ରାଜା), ୫ଟି ମାଈ (ପମ୍ପେଟା, ପୂର୍ଣ୍ଣିମା, ରାକ୍ଷୀ, ଦୁର୍ଗା, ଲକ୍ଷ୍ମୀ) ଓ ଆଜି ଜନ୍ମିତ ଶାବକ (ଲିଙ୍ଗ ନିରୂପଣ ହୋଇନି) ଅଛନ୍ତି । ଶାବକଟି ଅଣ୍ଡିରା ହୋଇଥିବ ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ୨୦୧୧ ଅଗଷ୍ଟ ୧୨ରେ ‘ଜୁଲୁ’ ଓ ‘ପୂର୍ଣ୍ଣିମା’ ଔରସରୁ ‘ରାଖି’ ଜନ୍ମ ହୋଇଥିଲା । ରାଖି ପ୍ରଥମେ ୨୦୨୧ ଡିସେମ୍ବର ୨୮ରେ ‘କୁଇନ୍‌’କୁ ଜନ୍ମ ଦେଇଥିଲା । ତେବେ ୨୦୨୨ ଅଗଷ୍ଟ ୨୨ରେ ୮ମାସ ବୟସରେ ଅସୁସ୍ଥତା ହେତୁ ‘କୁଇନ’ର ମୃତ୍ୟୁ ହୋଇଥିଲା ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ