ନବ ଦାସ ହତ୍ୟାକାଣ୍ଡ ମାମଲା : ସିବିଆଇ ତଦନ୍ତ ଦାବି କଲେ ଦୀପାଳି

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଓ ପୁଅ ବିଶାଳ। ପୁଲିସ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା ବୋଲି ଦୀପାଳି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡ ନେଇ ୨ ବର୍ଷ ଧରି ଚୁପ ଥିବା ଦୀପାଳି ଓ ବିଶାଳ ଏବେ ସିବିଆଇ ତଦନ୍ତ ଦାବି କରିବା ସମଗ୍ର ଘଟଣାକୁ ଭିନ୍ନ ମୋଡ଼ ନେଇଛି। ସରକାର ଆମ ପରିବାରକୁ ଡାକି ଆଲୋଚନା କରନ୍ତୁ। ଆଗରୁ ବିଧାନସଭାରେ ବିଜେଡିର ଦୁଇ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ଦୀପାଳି କହିଛନ୍ତି। କିଛି ସାମାଜିକ ଗଣମାଧ୍ୟମରେ ଆମକୁ ହଇରାଣ କରାଯାଉଛି। କିଛି ଗଣମାଧ୍ୟମରେ ଏକତରଫା ଖବର ପ୍ରକାଶ କରାଯାଉଛି ବୋଲି ଦୀପାଳି ଅଭିଯୋଗ କରିଛନ୍ତି।
୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ବିଜୁ ଜନତା ଦଳ କାର୍ୟ୍ୟାଳୟ ଉଦ୍‌ଘାଟନ କରିବାକୁ ସ୍ବର୍ଗତ ନବ ଦାସ ଯାଇଥିବା ବେଳେ ​ସେଠାରେ ଦିନ ଦ୍ବିପହରରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ଗୋପାଳ ଦାସର ଗୁଳିମାଡ଼ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଟଳି ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ହତ୍ୟାର ଉଦ୍ଦେଶ୍ୟ ବାବଦରେ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। କିନ୍ତୁ ନବ ଦାସଙ୍କ ଝିଅ ଦୀପାଳି ଏହାର ପ୍ରତିବାଦ କରି କହିଥିଲେ ଯେ ମୃତବ୍ୟକ୍ତିଙ୍କୁ ନେଇ ରାଜନୀତି କରାନଯାଉ। ଆଗକୁ ଉପନିର୍ବାଚନ ଥିବାରୁ ସେ ଚୁପ୍ ରହିଥିଲେ। ଉପନିର୍ବାଚନରେ ବିଜୟୀ ହେବା ପରେ ମଧ୍ୟ ନିରବ ରହିଥିଲେ। ମାତ୍ର ଏବେ କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୁଲିସ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳୀ। ଏବେ ପିତା ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିବା ଝାରସୁଗୁଡ଼ା ରାଜନୀତିରେ ଚର୍ଚ୍ଚା ବଢ଼ାଇଛି।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି