
ଭୁବନେଶ୍ୱର:ୱକଫ ବିଲ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଫାଳ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଦିନକୁ ଦିନ ବିଜେଡି ନେତା ନିଜର ଅସନ୍ତୋଷ ଝାଡ଼ୁଥିବାବେଳେ ବିରୋଧୀ ବି ବିଜେଡିକୁ ଟାର୍ଗେଟ କରୁଛନ୍ତି ।
ଏହାରି ଭିତରେ ସୋମବାର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ୱାକଫ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା ଓ କିଏ ବଦଳାଇଲା ସେ ବିଷୟରେ ବିଜେଡି ସୁପ୍ରିମୋ ସାମନାକୁ ଆସି ସ୍ପଷ୍ଟ କରିବା ଦରକାର । ଏହି ଘଟଣାକୁ ନେଇ ବିଜେଡି ବ୍ୟାକଫୁଟକୁ ଗଲା । ଦଳରେ ଦ୍ୱନ୍ଦ୍ୱ ଦୂର ହେବା ଦରକାର । ବାଦଲ ଦୂର ହେବା ଦରକାର । ପ୍ରକୃତ କଥା କ’ଣ ତାହା କେବଳ ନବୀନ ହିଁ କହିପାରିବେ । ନବୀନ ସବୁ ଜାଣନ୍ତି ବୋଲି ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି ।







