ନବୀନଙ୍କ ଦଶା ଭୋଗିବେ କି ମମତା?

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ଖବର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣତଃ ଶକ୍ତିଶାଳୀ ନେତାମାନେ ନିଜ ଗଡ଼ ଆସନରୁ ଲଢ଼ନ୍ତି, କିନ୍ତୁ ଦୁଇଟି ସିଟରୁ ଲଢ଼ିବା ବିଷୟକୁ ରାଜନୈତିକ ବିଶେଷଜ୍ଞମାନେ ବର୍ତ୍ତମାନ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଯୋଡୁଛନ୍ତି।

ଓଡ଼ିଶାର ପୂର୍ୱତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଏଠି ମନପକାଉଛି। ନବୀନ ଯେପରି ୨୪ବର୍ଷ ରହି ବଡ଼ ପରାଜୟର ସାମ୍ନା କେଲେ ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଗଲା; ବର୍ତ୍ତମାନ ଟିଏମସି ସୁପ୍ରିମୋ ମମତାଙ୍କୁ ଏହି ଭୟ ଘାରିଛି। ସେହି ସମୟରେ ଓଡ଼ିଶାରେ ନବୀନ ଦୁଇଟି ଆସନରୁ ଲଢ଼ିବା ନିଷ୍ପତ୍ତିକୁ ବିରୋଧୀ ଦଳ ଭୟ ବୋଲି ପ୍ରଚାର କରିଥିଲେ। ଏବେ ସେହି ପ୍ରଶ୍ନ ପଶ୍ଚିମବଙ୍ଗରେ ମମତାଙ୍କୁ ନେଇ ଉଠୁଛି। ଓଡ଼ିଶାରେ ଯେମିତି ଭୋଟରଙ୍କ ମନ ପରିବର୍ତ୍ତନ ହେଲା ସେମିତି ପଡୋଶୀ ପଶ୍ଚିମବଙ୍ଗରେ କାଳେ ସତ୍ତା ପରିବର୍ତ୍ତନ ହୋଇଯିବ ବୋଲି ଦିଦିଙ୍କୁ ଭୟ ଘାରିଛି।

ବିରୋଧୀ ଶିବିର କହୁଛି, ମମତାଙ୍କ ପାରମ୍ପରିକ ଭୋଟ ବ୍ୟାଙ୍କ ଦୁର୍ୱଳ ହେଉଛି। ଗ୍ରାମଞ୍ଚଳରେ ଅସନ୍ତୋଷ, ସହର ଅଞ୍ଚଳରେ ବିକଳ୍ପ ରାଜନୀତି, ଏବଂ BJP ର ଆକ୍ରମକ ରଣନୀତି TMC ପାଇଁ ଚାଲେଞ୍ଜ ହେଉଛି। ସେଥିପାଇଁ ସୁରକ୍ଷିତ ରାଜନୈତିକ ହିସାବରେ ଦୁଇଟି ସିଟରୁ ଲଢ଼ିବା ଚାଲ ହୋଇପାରେ। ଅନ୍ୟପଟେ TMC ଶିବିର କହୁଛି, ଏହା ଭୟ ନୁହେଁ, ଏହା ରଣନୀତି। ଦୁଇଟି ସ୍ଥାନରେ ଦଳୀୟ କର୍ମୀଙ୍କୁ ଉତ୍ସାହ ଦେବା, ରାଜ୍ୟବ୍ୟାପୀ ସନ୍ଦେଶ ଦେବା, ଏବଂ ଭୋଟରଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବା ହେଉଛି ମୂଳ ଉଦ୍ଦେଶ୍ୟ।

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟରେ ଆମେ ଦେଖିଲେ ବମ୍ପର ଭୋଟ ହେଲା। ପ୍ରାୟ ୯୨ ପ୍ରତିଶତରୁ ଅଧିକ ମତଦାନ ହେଲା। ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ ଯେତେବେଳେ ମତଦାନ ପ୍ରତିଶତ ବଢେ ସେତେବେଳେ ହୁଏତ ସରକାରୀ ବିରୋଧୀ ହାଓ଼୍ବା ରହିଥାଏ। ସେହିପରି SIR ରେ ନାଁ କଟିଯିବା ଯୋଗୁ ଅଧିକ ଭୋଟିଂ ହୋଇଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଓଡ଼ିଶାରେ ଯେମିତି ଚିତ୍ର ଦେଖିବାକୁ ମିଳିଲା ତାହା କଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ?

ନବୀନ ପଟ୍ଟନାୟକ ୨୪ ବର୍ଷକାଳ ଧରି ଓଡ଼ିଶାରେ ସଫା ଛବି, ଶାନ୍ତ ସୱଭାବ, ଓ welfare politics ଉପରେ ଭରସା କରି ଶାସନ କରିଥିଲେ। କିନ୍ତୁ ଶେଷ କିଛି ବର୍ଷରେ କିଛି ବଡ଼ ପରିବର୍ତ୍ତନ ହେଲା ଯେମିତି କି, ଲୋକେ ସ୍ଥାନୀୟ MLA ଓ ନେତାଙ୍କ ଉପରେ ଅସନ୍ତୋଷ ଦେଖାଇଲେ। remote control politics ନାରେଟିଭ ଚାଲିଲା। ନବୀନ ଓଡ଼ିଶାରେ ଅନେକ ଯୋଜନା କରିଥିଲେ ଯାହାକୁ ନେଇ ସେ ଭୋଟ ପାଇବେ ବୋଲି ଆତ୍ମବିଶ୍ୱାସୀ ଥିଲେ। ନବୀନଙ୍କ ଭଳି ଦିଦିଙ୍କୁ ମଧ୍ୟ ଓଭର କନଫିଡେଣ୍ଟ ଦେଖଇବାକୁ ମିଳୁଛି। ଖାସ୍‌ କରି ଲକ୍ଷ୍ମୀ ଭଣ୍ଡାର ଯୋଜନାକୁ ନେଇ ମମତା ଭରସାରେ ଅଛନ୍ତି ଯେ ମହିଳା ଭୋଟ ଅଧିକ ପାଇବେ।

  • Related Posts

    ପଞ୍ଚାୟତ ନିର୍ବାଚନ : ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ

    ଭୁବନେଶ୍ୱର: କଂଗ୍ରେସ ଏକାକି ନିର୍ବାଚନ ଲଢ଼ିବ। ବିଜେଡି ସହ ମେଣ୍ଟ କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିବା ପରେ ଏବେ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ନୂଆ ନୂଆ…

    Continue reading
    ଏକଜିଟ ପୋଲ: ପଶ୍ଚିମବଙ୍ଗରେ ଟିଏମସିକୁ ବିଜେପି କଡ଼ା ଚ୍ୟାଲେଞ୍ଜ ଦେବ

    ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଶେଷ ହୋଇଛି ଭୋଟିଂ। ୧୪୨ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ବେଙ୍ଗଲବାସୀ ଭୋଟ ମତଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭୋଟିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା