ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କ ପରଲୋକ

ନୂଆଦିଲ୍ଲୀ,16।08: ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନ ଆୟରଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି। ୮ ଅଗଷ୍ଟରେ ଚେନ୍ନାଇରେ ବାସଭବନରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ ଚେତାଶୂନ୍ୟ ଅବସ୍ଥାରେ ଜରୁରୀକାଳୀନ ବିଭାଗକୁ ନିଆଯାଇ ଚିକିତ୍ସା ପାଇଁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ଲା. ଗଣେଶନ ୧୬ ଫେବୃଆରୀ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ। ଗଣେଶନ ୨୦ ଫେବୃଆରୀ ୨୦୨୩ରେ ନାଗାଲାଣ୍ଡର ୧୯ତମ ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ, ଗଣେଶନ ୨୭ ଅଗଷ୍ଟ ୨୦୨୧ ରୁ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମଣିପୁରର ୧୭ତମ ରାଜ୍ୟପାଳ ଏବଂ ୨୮ ଜୁଲାଇ ୨୦୨୨ ରୁ ୧୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ (ଅତିରିକ୍ତ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଥିଲେ । ଏଲ. ଗଣେଶନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି। ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ପ୍ରବୀଣ ନେତା ଥିଲେ।

  • Related Posts

    ୯ ପୁଲିସ୍‌ କର୍ମଚାରୀଙ୍କୁ ମିଳିଲା ଫାଶୀ ଦଣ୍ଡ

    ତାମିଲନାଡୁର ମଦୁରାଇ ଜିଲ୍ଲାର ଗୋଟିଏ କୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ବାପ-ପୁଅଙ୍କୁ ହାଜତରେ ପିଟିପିଟି ମାରିବା ଘଟଣାରେ ତାମିଲନାଡୁର ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।୬ ବର୍ଷ ତଳେ ବ୍ୟବସାୟୀ ପି ଜୟରାଜ…

    Continue reading
    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ