ନାନା ପାଟେକରଙ୍କ କିପରି ହେଲା ଦେହାନ୍ତ? ଜାଣନ୍ତୁ ମୃତ୍ୟୁର କାରଣ

ମୁମ୍ବାଇ: ଭାରତୀୟ ସିନେମା ଜଗତରେ ଆଜି ଶୋକର ଛାୟା ଖେଳି ଯାଇଛି। ବରିଷ୍ଠ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଭୋର ସମୟରେ ଗୋଆସ୍ଥିତ ତାଙ୍କ ବାସଭବନରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି।
ଗୋଆର ଡୋନା ପାଉଲାସ୍ଥିତ ଘରେ ନାନା ପାଟେକରଙ୍କୁ ଅଚେତନ ଅବସ୍ଥାରେ ପାଇଥିଲେ ପରିବାର ଲୋକ। ତାଙ୍କୁ ଶୀଘ୍ର ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍‌ ଧରି ସିପିଆର୍ ଦେଇ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ସବୁ ଚେଷ୍ଟା ବିଫଳ ହୋଇଥିଲା। ନାନା ପାଟେକରଙ୍କ ପୁଅ ମଲହାର ପାଟେକର ମଧ୍ୟ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ନାନାଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ଏବଂ ସେ ଗୋଆ ଯାଇ ପରେ ବିସ୍ତୃତ ବିବୃତ୍ତି ଦେବେ। ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ଅଧିକ ଚିକିତ୍ସା ପ୍ରକ୍ରିୟା ଚାଲିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

୧୯୭୮ରେ ‘ଗମନ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ନାନା ପାଟେକର ପରବର୍ତ୍ତୀ ସମୟରେ ନିଜର ନିଆରା ଅଭିନୟ ଶୈଳୀ ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ‘ଅଙ୍କୁଶ’, ‘ପରିନ୍ଦା’, ‘ପ୍ରହାର’, ‘ତିରଙ୍ଗା’, ‘କ୍ରାନ୍ତିବୀର’, ‘ଖାମୋଶୀ’ ଓ ‘ୱେଲକମ୍‌’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। ଗମ୍ଭୀର ଚରିତ୍ରଠାରୁ ଆରମ୍ଭ କରି ଖଳନାୟକ ଓ କମେଡି ପ୍ରାୟ ସବୁ ଭୂମିକାରେ ସେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଅଭିନୟରେ ଥିବା ତୀବ୍ରତା ଓ ସଂଳାପ ପରିବେଷଣର ଅନନ୍ୟ ଶୈଳୀ ତାଙ୍କୁ ଅନ୍ୟ ଅଭିନେତାଙ୍କଠାରୁ ଭିନ୍ନ କରିଥିଲା। ହିନ୍ଦୀ ସହ ମରାଠୀ ସିନେମାରେ ମଧ୍ୟ ନାନା ନିଜର ଦକ୍ଷତାର ଛାପ ଛାଡ଼ିଥିଲେ। ଜାତୀୟ ପୁରସ୍କାର ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଥିବା ଏହି କଳାକାରଙ୍କୁ ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା।

ବୟସ ବଢ଼ିଥିଲେ ମଧ୍ୟ ଅଭିନୟ ପ୍ରତି ତାଙ୍କ ଭଲପାଇବା କମିନଥିଲା। ଶେଷ ସମୟ ପର୍ଯ୍ୟନ୍ତ ସେ ସିନେମା ସହ ଜଡ଼ିତ ରହିଥିଲେ। ୨୦୨୫ରେ ‘ହାଉସଫୁଲ୍‌ ୫’ରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ‘ଓ ରୋମିଓ’ ଓ ‘ସୁବେଦାର’ ଭଳି ପ୍ରକଳ୍ପରେ ମଧ୍ୟ ତାଙ୍କ ଉପସ୍ଥିତି ରହିଥିଲା। ନାନା ପାଟେକରଙ୍କ ବିୟୋଗ କେବଳ ଜଣେ ଅଭିନେତାଙ୍କୁ ହରାଇବା ନୁହେଁ, ବରଂ ଭାରତୀୟ ସିନେମାର ଏକ ସ୍ୱତନ୍ତ୍ର ଅଭିନୟ ଅଧ୍ୟାୟର ଅବସାନ। ପରଦାରେ ତାଙ୍କ ଦମଦାର ସଂଳାପ, ଆଖିର ଭାବ ଓ ଚରିତ୍ରକୁ ଜୀବନ୍ତ କରିବାର ଶୈଳୀକୁ ଦର୍ଶକ ଦୀର୍ଘଦିନ ମନେ ରଖିବେ। ତାଙ୍କ ପରଲୋକରେ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ଜଗତ ସହ ଅସଂଖ୍ୟ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ