ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସନ୍ଦେହଘେରକୁ ଆସିଥିବା ୨ ଯୁବକଙ୍କୁ ପୋଲିସ ଥାନାକୁ ଉଠାଇଆଣି ପଚରାଉଚରା କରୁଛି। ୧୨ ବର୍ଷୀୟା ପୀଡ଼ିତାଙ୍କ ବୟାନ ଅନୁଯାୟୀ ସେମାନଙ୍କ ଘର ଛତିଶଗଡ଼ ରାଜ୍ୟ ବିଳାସପୁର ଥାନା ଅଞ୍ଚଳରେ। ଦୀର୍ଘଦିନ ଧରି କେନ୍ଦ୍ରାପଡ଼ାରେ ରହି ସେମାନେ ଝାଡୁ ବ୍ୟବସାୟ କରୁଛନ୍ତି। ସୋମବାର ରାତି ପ୍ରାୟ ସାଢ଼େ ଗୋଟାଏରେ ସେ ପରିସ୍ରା ପାଇଁ ଉଠିଥିଲେ। ଏହି ସମୟରେ ନିକଟ ଗ୍ରାମର ଆକାଶ ଓ ଅନ୍ୟ ଜଣେ ଯୁବକ ଅତର୍କିତଭାବେ ତାଙ୍କ ମୁହଁକୁ ଚାପି ନିକଟସ୍ଥ କାଳୀମନ୍ଦିର ନିକଟକୁ ଟେକିନେଇଥିଲେ। ସେଠାରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପାଟିକଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଉଭୟ ବଳାତ୍କାର କରିଥିଲେ। ଏହି ସମୟରେ ଆକାଶଙ୍କ ହାତକୁ ସେ କାମୁଡ଼ି ଦେଇ ପାଟି କରିବାରୁ ପରିବାର ଲୋକେ ଚାଲିଆସିଥିଲେ। ଏହାପରେ ଅଭିଯୁକ୍ତ ଆକାଶ ଓ ସାଥୀ ଯୁବକ ସେଠାରୁ ଖସି ପଳାଇ ଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ଏକ ମାମଲା(ନଂ.୩୭୩/୨୬) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି ବୋଲି ସେ କହିଛନ୍ତି।

  • Related Posts

    ପାଠ୍ୟପୁସ୍ତକରେ ଭୁଲ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀର, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ…

    Continue reading
    ରାଇକିଆ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘର ନୂତନ ପରିଚାଳନା ସମିତି ଗଠନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଦ୍ୱାରା ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ