ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

ଜଗତସିଂହପୁର: ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୋଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଲୋକଙ୍କ ଅଗୋଚରରେ ଜଣେ ନାବାଳିକାଙ୍କୁ ବିବାହ କରିଥିଲେ ପୁଲିସ ବାବୁ । ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ୟାତନା ନେଇ ଆସିଲା ଅଭିଯୋଗ । ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ୟାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଉଥିବା ସଙ୍ଗୀନ ଅଭିଯୋଗ ଆସିଛି ଜଗତସିଂହପୁର ସଦର ଥାନାରୁ । ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟକୁ ଚାର୍ଜସିଟ୍‌ ପଠାଉନଥିବା ନେଇ ପୀଡ଼ିତା ଓ ତାଙ୍କର ମାଆ ଅଭିଯୋଗ କରିଛନ୍ତି ।
ସେପଟେ ଅଭିଯୋଗ ହେବାପରେ ଅଭିଯୁକ୍ତ ସବଇନ୍ସପେକ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ପରେ ପୋଲିସ ବାବୁ ଫେରାର ହୋଇ ଯାଇଥିବା ଜଗତସିଂହପୁର ଏସ୍‌ପି ସୂଚନା ଦେଇଛନ୍ତି । ଅମିତ ପୁରୀରେ ସବ ଇନ୍ସପେକ୍ଟର ଭାବରେ ଚାକିରି କରିଥିବା ବେଳେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ସେ ପତ୍ନୀଙ୍କୁ ନିର୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ସହ ବାଲ୍ୟ ବିବାହର ଦଫା ମଧ୍ୟ ଲାଗିଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ