ନିର୍ବାଚନରେ ଅପ୍ରସାଙ୍ଗିକ ହେଉଛି ଗଣମାଧ୍ୟମ

ଏବେ ସମସ୍ତେ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ, ଆମେରିକାରେ ଶେଷ ହୋଇଥିବା ନିର୍ବାଚନରେ ସମ୍ବାଦ ଭିତ୍ତିକ ଗଣମାଧ୍ୟମଗୁଡ଼ିକ ଅପ୍ରାସଙ୍ଗିକ ବୋଲି ପ୍ରମାଣିତ ହୋଇଛି। ରାଜନୈତିକ ନେତା ବା ଭୋଟରମାନେ ଗଣମାଧ୍ୟମ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବାର ସାମାନ୍ୟତମ ସୂଚନା ଆମେରିକା ନିର୍ବାଚନରେ ପ୍ରତିଫଳିତ ହେଲାନି। ଯଦିଓ ଆମେରିକାର ନେତାମାନେ ଓ ବିଶେଷ ଭାବରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଟ ଟ୍ରମ୍ପ ବରାବର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କିନ୍ତୁ ତାଙ୍କ ନିର୍ବାଚନରେ ସେ ମୁଖ୍ୟଧାରାର ଗଣମାଧ୍ୟମ ଉପରେ ଆଦୌ ନିର୍ଭର କରିନାହାନ୍ତି। କିନ୍ତୁ ତାଙ୍କର ବାର୍ତ୍ତା ଦେବା ପାଇଁ ସେ ସାମାଜିକ ଗଣମାଧ୍ୟମ ଓ ବିଶେଷ ଭାବରେ ସେ ଆରମ୍ଭ କରିଥିବା ‘ଟ୍ରୁଥ୍ ସୋସିଆଲ୍’ ଉପରେ ନିର୍ଭର କରିଥିଲେ। ତା’ ଛଡ଼ା ପୂର୍ବରୁ ଟୁଇଟର ନାମରେ ଖ୍ୟାତ ଓ ଏବେ ଏକ୍ସ ନାମରେ ଚାଲିଥିବା ସୋସିଆଲ ମିଡିଆର ମାଲିକ ଏଲୋନ୍ ମକ୍ସ ଏହି ପ୍ଲାଟଫର୍ମରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିଲେ।
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
ମନୋରଂଜନ
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
MenuMENU
NewsGuest Columnନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ

ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।

Representative Image
Representative Image

Debendra Prusty
AUTHOR: Debendra Prusty

UPDATED BY:Debendra Prusty
Published: Monday, 25 November 2024, Updated: 25 November 2024, 04:34 PM IST
ରବି ଦାସ

ଏବେ ସମସ୍ତେ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ, ଆମେରିକାରେ ଶେଷ ହୋଇଥିବା ନିର୍ବାଚନରେ ସମ୍ବାଦ ଭିତ୍ତିକ ଗଣମାଧ୍ୟମଗୁଡ଼ିକ ଅପ୍ରାସଙ୍ଗିକ ବୋଲି ପ୍ରମାଣିତ ହୋଇଛି। ରାଜନୈତିକ ନେତା ବା ଭୋଟରମାନେ ଗଣମାଧ୍ୟମ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବାର ସାମାନ୍ୟତମ ସୂଚନା ଆମେରିକା ନିର୍ବାଚନରେ ପ୍ରତିଫଳିତ ହେଲାନି। ଯଦିଓ ଆମେରିକାର ନେତାମାନେ ଓ ବିଶେଷ ଭାବରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଟ ଟ୍ରମ୍ପ ବରାବର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କିନ୍ତୁ ତାଙ୍କ ନିର୍ବାଚନରେ ସେ ମୁଖ୍ୟଧାରାର ଗଣମାଧ୍ୟମ ଉପରେ ଆଦୌ ନିର୍ଭର କରିନାହାନ୍ତି। କିନ୍ତୁ ତାଙ୍କର ବାର୍ତ୍ତା ଦେବା ପାଇଁ ସେ ସାମାଜିକ ଗଣମାଧ୍ୟମ ଓ ବିଶେଷ ଭାବରେ ସେ ଆରମ୍ଭ କରିଥିବା ‘ଟ୍ରୁଥ୍ ସୋସିଆଲ୍’ ଉପରେ ନିର୍ଭର କରିଥିଲେ। ତା’ ଛଡ଼ା ପୂର୍ବରୁ ଟୁଇଟର ନାମରେ ଖ୍ୟାତ ଓ ଏବେ ଏକ୍ସ ନାମରେ ଚାଲିଥିବା ସୋସିଆଲ ମିଡିଆର ମାଲିକ ଏଲୋନ୍ ମକ୍ସ ଏହି ପ୍ଲାଟଫର୍ମରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିଲେ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ଉଭୟ ଦଳର ପ୍ରାର୍ଥୀଙ୍କ ଭିତରେ ଟେଲିଭିଜନ ଗଣମାଧ୍ୟମରେ ଅତିକମରେ ତିନୋଟି ବିତର୍କ ହୋଇଥାଏ। କିନ୍ତୁ ଗତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଓ ପ୍ରଥମେ ଡେମୋଗ୍ରାଟିକ ପାର୍ଟିର ପ୍ରାର୍ଥୀ ହୋଇଥିବା ଜୋ ବାଇଡେନଙ୍କ ମଧ୍ୟରେ ଟେଲିଭିଜନ୍ ବିତର୍କରେ ବାଇଡେନ୍ ପଛରେ ପଡ଼ିଯିବାରୁ ଓ ତାଙ୍କ ପ୍ରାର୍ଥିତ୍ୱକୁ ଦେଶ ଗ୍ରହଣ କରୁ ନଥିବା ଜଣାପଡ଼ିବା ପରେ ସେ ପ୍ରାର୍ଥିତ୍ୱରୁ ଓହରିଗଲେ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଗଲା। କମଳା ହାରିସ୍ ସେହି ଦୃଷ୍ଟିରୁ ନିର୍ବାଚନ ପ୍ରଚାର ପାଇଁ କମ୍ ସମୟ ପାଇଥିଲେ ମଧ୍ୟ ଟ୍ରମ୍ପଙ୍କ ସହିତ ତାଙ୍କର ପ୍ରଥମ ଟେଲିଭିଜନ୍ ବିତର୍କରେ କମଳା ଆଗେଇ ଯାଇଥିବା ଜଣାପଡ଼ିବା ପରେ ଟ୍ରମ୍ପ ଆଉ ଦ୍ୱିତୀୟ ଟେଲିଭିଜନ୍ ବିତର୍କ ପାଇଁ ରାଜି ହେଲେନାହିଁ। କାରଣ ଏବିସି ପକ୍ଷରୁ ହୋଇଥିବା ଏହି ବିତର୍କରେ ଟ୍ରମ୍ପ ଯେଉଁ ତଥ୍ୟ ଦେବାକୁ ଚେଷ୍ଟାକଲେ ତାହାକୁ ମଞ୍ଚ ପରିଚାଳନା କରୁଥିବା ସାମ୍ବାଦିକ ତଥ୍ୟ ସହିତ ଭୁଲ୍ ବୋଲି ଦେଖାଇଦେଲେ। ସମ୍ଭବତଃ ଏହି କାରଣରୁ ଟ୍ରମ୍ପ ଆଉ ଟେଲିଭିଜନ୍ ବିତର୍କ ପାଇଁ ରାଜି ହେଲେନାହିଁ। ତାହା ସତ୍ତ୍ୱେ ଦେଖାଗଲା ଯେ, ନିର୍ବାଚନ ପ୍ରଚାରରେ ସେ ଅଧିକ ଭାବରେ ଭୋଟରମାନଙ୍କୁ ପ୍ରଭାବିତ କରିପାରିଲେ ଓ ନିର୍ବାଚନ ଜିଣିଲେ। ଯଦିଓ କମଳା ହାରିସଙ୍କ ସପକ୍ଷରେ ଆମେରିକାର ମୁଖ୍ୟ ଗଣମାଧ୍ୟମ ଥିଲେ ମଧ୍ୟ ପ୍ରଚାରର ଅବସ୍ଥା ଓ ଭୋଟରମାନଙ୍କ ମାନସିକତାକୁ ଦେଖି ନ୍ୟୁୟର୍କ ଟାଇମ୍ସ ସିଧାସଳଖ ଭାବରେ କୌଣସି ପ୍ରାର୍ଥୀଙ୍କୁ ଖୋଲାଖୋଲି ସମର୍ଥନ କରିବେ ନାହିଁ ବୋଲି ଜଣାଇଦେଲା।

ଆମେରିକାର ଜନସାଧାରଣ ଟ୍ରମ୍ପଙ୍କର ଅତୀତ ଓ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଆମେରିକାବାସୀ ଜାଣିଥିଲେ ମଧ୍ୟ ନିର୍ବାଚନରେ ତାଙ୍କୁ ସମର୍ଥନ କଲେ। ଆମେରିକାର ବଛାବଛା ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ଟ୍ରମ୍ପଙ୍କୁ ବାସ୍ତବରେ ପସନ୍ଦ କରୁନଥିଲେ ମଧ୍ୟ ଭୋଟରମାନେ ସେଥିରେ ପ୍ରଭାବିତ ହେଲେ ନାହିଁ। ଗଣମାଧ୍ୟମ ଯାହା ସପକ୍ଷରେ ବା ବିପକ୍ଷରେ ଯାହା କିଛି ତଥ୍ୟଭିତ୍ତିକ ରିପୋର୍ଟିଂ କଲେ ମଧ୍ୟ ସାଧାରଣ ଭୋଟର କେତେଗୁଡ଼ିଏ ମୁଖ୍ୟ ପ୍ରସଙ୍ଗ ଉପରେ କାହାକୁ ସମର୍ଥନ କରିବ ତାହାର ନିଷ୍ପତ୍ତି ଗଣମାଧ୍ୟମର ବିନା ସାହାଯ୍ୟରେ କରିପାରୁଛି। ଲୋକମାନେ ବା ଭୋଟରମାନେ ଯାହା ଭାବୁଛନ୍ତି, ସେହି ଅନୁସାରେ ଯେଉଁ ଗଣମାଧ୍ୟମ ବା ସାମ୍ବାଦିକ ମତପ୍ରକାଶ କରୁଛନ୍ତି ତାହା ହିଁ ଠିକ୍ ବୋଲି ଭାବି ସମର୍ଥନ ରହୁଛି। ସତ୍ୟ ଓ ତଥ୍ୟଭିତ୍ତିକ ରିପୋର୍ଟିଂ ଉପରେ ପୂର୍ବପରି ସାଧାରଣ ଲୋକର ଆଉ ଆଗ୍ରହ ନାହିଁ। ଆମେରିକା ପରି ଏକ ଶିକ୍ଷିତ ଓ ଗଣତନ୍ତ୍ର ଦୃଷ୍ଟିରୁ ବେଶ୍ ଅଭିଜ୍ଞ ଦେଶରେ ଯଦି ଏହା ସମ୍ଭବ ହେଉଛି, ତେବେ ଭାରତରେ ଏହି ଅବସ୍ଥା ହେବାରେ କିଛି ଅସୁବିଧା ହେବନାହିଁ।

ବାସ୍ତବରେ ଗଣମାଧ୍ୟମ ବା ସାମ୍ବାଦିକମାନେ ପୂର୍ବପରି ଲୋକମତକୁ ନିୟନ୍ତ୍ରଣ କରିବା ଆଉ ସମ୍ଭବ ନୁହେଁ। ବିଭିନ୍ନ ମାଧ୍ୟମରେ ଯେଉଁଥିରେ ସାମାଜିକ ଗଣମାଧ୍ୟମ ବା ସେମାନେ ବିଶ୍ୱାସ କରୁଥିବା ଲୋକମାନଙ୍କ ମତ ଅନୁସାରେ ଜନସାଧାରଣ ସେମାନଙ୍କର ମତ ସ୍ଥିର କରୁଛନ୍ତି। ଥରେ ଜନସାଧାରଣ ଏହି ମତ ସ୍ଥିର କରିନେଲେ ଗଣମାଧ୍ୟମ ଯେତେ ତଥ୍ୟ ଓ ସତ୍ୟ ସମ୍ବାଦ ପରିବେଷଣ କଲେ ମଧ୍ୟ ତାହା ଜନମତକୁ ବଦଳାଇପାରେ ନାହିଁ। କମଳା ହାରିସଙ୍କ ପରି ଜଣେ ଅତି ଶିକ୍ଷିତ ପ୍ରାର୍ଥୀ ଯାହାଙ୍କ ପ୍ରତି ଲିବରାଲ୍ ଡେମୋକ୍ରାଟମାନଙ୍କର ପୂର୍ଣ୍ଣ ସମର୍ଥନ ଥିଲା ତାଙ୍କୁ ଭୋଟରମାନେ ସମର୍ଥନ କଲେ ନାହିଁ। ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ। ସେତେବେଳେ କଂଗ୍ରେସ ବିରୋଧରେ କୌଣସି ବିକଳ୍ପ ଜାତୀୟ ଦଳ ନଥିଲେ ମଧ୍ୟ ରାତାରାତି ସୃଷ୍ଟି ହୋଇଥିବା ଜନତା ପାର୍ଟି ପ୍ରତି ଲୋକମାନେ ସମର୍ଥନ ଜ୍ଞାପନ କଲେ।

ଗଣମାଧ୍ୟମର ସଂପ୍ରସାରଣ ଅତ୍ୟଧିକ ମାତ୍ରାରେ ହୋଇଛି। ରେଗୁଲାର୍ ଗଣମାଧ୍ୟମ ସହିତ ସାମାଜିକ ଓ ଡିଜିଟାଲ୍ ଗଣମାଧ୍ୟମ ବେଶ୍ ଶକ୍ତିଶାଳୀ ହୋଇଛି। କିନ୍ତୁ ସମ୍ବାଦପତ୍ର ଓ ଟେଲିଭିଜନ୍ ସଂସ୍ଥାଗୁଡ଼ିକରେ ଖବରପ୍ରକାଶ ଠାରୁ ସାଧାରଣ ଲୋକ ସେହି ସଂସ୍ଥାର ମାଲିକମାନଙ୍କ ଚରିତ୍ରକୁ ପ୍ରଥମେ ଦେଖି ସେହି ସଂସ୍ଥା ପ୍ରତି ବିଶ୍ୱାସ ବା ଅବିଶ୍ୱାସ ଭାବ ସୃଷ୍ଟି କରୁଛନ୍ତି। ଲୋକମାନଙ୍କ ସହିତ ଯୋଗାଯୋଗ କରିବାରେ ଗଣମାଧ୍ୟମର ଭୂମିକା ଏବେ ବି କାଏମ ରହିଥିଲେ ମଧ୍ୟ ଗଣମାଧ୍ୟମ ଜରିଆରେ ସେ ଯେ କୌଣସି ମିଡ଼ିଆ ହେଉ ଲୋକ ସେମାନଙ୍କର ମତ ସ୍ଥିର କରୁଛନ୍ତି ବୋଲି ଭାବିନେବା ସମ୍ପୂର୍ଣ୍ଣ ଭୁଲ। ଗଣମାଧ୍ୟମ ଜରିଆରେ ଗୋଟିଏ ମତକୁ କିଛି ସମୟ ପାଇଁ ପ୍ରଭାବଶାଳୀ କରାଯାଇପାରେ। କିନ୍ତୁ ସାଧାରଣ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି କଦାପି ବିଶ୍ୱାସ କରାଯାଇ ନପାରେ। ଗତ ଲୋକସଭା ନିର୍ବାଚନ ପୂର୍ବରୁ ଯେତେବେଳେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପରେ ପରେ ଏହାର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଜରିଆରେ ସାରାଦେଶ ଓ ବିଦେଶରେ ଖ୍ୟାତନାମା ବ୍ୟକ୍ତିବିଶେଷମାନଙ୍କ ଉପସ୍ଥିତିରେ ଖୋଦ୍ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ପୌରୋହିତ୍ୟ କଲେ ଓ ସାରାଦେଶର ଗଣମାଧ୍ୟମଗୁଡ଼ିକ ଦିନରାତି ୨୪ ଘଣ୍ଟା ପ୍ରଚାର କଲେ, ସେତେବେଳେ ଧରି ନିଆଗଲା ଯେ, ୨୦୨୪ ଲୋକସଭା ନିର୍ବାଚନ ପୂରାପୁରି ଏକପାଖିଆ ହେବ। ସେଥିପାଇଁ ସେତେବେଳେ ସବୁ ଗଣମାଧ୍ୟମ ବିଜେପିର ୪୦୦ ସିଟ୍ ପାର ସ୍ଳୋଗାନକୁ ପୂରା ମାତ୍ରାରେ ବିଶ୍ୱାସ କଲେ ଓ ଦେଶର ପ୍ରତିଷ୍ଠିତ ମତାମତ ସଂଗ୍ରହ କରୁଥିବା ସଂସ୍ଥାମାନେ ଏହି ଧାରଣାକୁ ବଳବତ୍ତର କଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ନିର୍ବାଚନ ପରେ ହୋଇଥିବା ବୁଥ୍ ବାହୁଡା ମତରେ ପୂର୍ବ ଧାରଣାକୁ ବଳବତ୍ତର କରାଗଲା। କିନ୍ତୁ ନିର୍ବାଚନରେ ଦେଖାଗଲା ଯେ, ୨୦୧୪ ପରେ ପ୍ରଥମଥର ପାଇଁ ବିଜେପି ଏକାକୀ ସଂଖ୍ୟାଗରିଷ୍ଠ ଆସନ ପାଇଲାନାହିଁ। ଖୋଦ୍ ଯେଉଁଠାରେ ରାମମନ୍ଦିର ନିର୍ମାଣ କରାଯାଇଛି, ସେହି ଆସନରେ ବିଜେପି ପ୍ରାର୍ଥୀ ପରାଜିତ ହେଲେ। ଖୋଦ୍ ଉତ୍ତର ପ୍ରଦେଶ ଓ ଆରଏସଏସର ମୁଖ୍ୟ ଦପ୍ତର ଥିବା ମହାରାଷ୍ଟ୍ରରେ ବିଜେପି ବିପର୍ଯ୍ୟର ସମ୍ମୁଖୀନ ହେଲା।

ନିକଟରେ ଅନୁଷ୍ଠିତ ହରିଆଣା ନିର୍ବାଚନ ସମୟରେ ସବୁ ଗଣମାଧ୍ୟମ ମତ ପ୍ରକାଶ କଲେ ଯେ, ସେଠାରେ କଂଗ୍ରେସ ଦଳ ସରକାର ଗଢ଼ିବ। କିନ୍ତୁ ଫଳ ବିପରୀତ ହେଲା। ଏବେ ହୋଇଥିବା ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗଣମାଧ୍ୟମ ମତପ୍ରକାଶ କରୁଥିଲେ ଯେ, ଝାଡ଼ଖଣ୍ଡର ହେମନ୍ତ ସୋରେନଙ୍କ ସରକାର ସରକାରୀ ବିରୋଧି ହାୱା ସହିତ ଧ୍ରୁବୀକରଣ ରାଜନୀତିରେ ଗାଦିଚ୍ୟୁତ ହେବେ। କିନ୍ତୁ ମହାରାଷ୍ଟ୍ରରେ ସବୁ ଗଣମାଧ୍ୟମ ଓ ବଡ଼ ବଡ଼ ଗଣମାଧ୍ୟମର ରାଜନୈତିକ ସାମ୍ବାଦିକମାନେ ମତ ଦେଉଥିଲେ ଯେ, ମହାରାଷ୍ଟ୍ରରେ କଡ଼ା ଟକ୍କର ହେଉଛି। କିନ୍ତୁ ଫଳାଫଳରେ ଦେଖାଗଲା, ବିଜେପି ନେତୃତ୍ୱାଧୀନ ମେଣ୍ଟର ଏପରି ବିଜୟ ହେଲା ଯେ, ପ୍ରତିପକ୍ଷ କୁହାଯାଉଥିବା ମହା ଅଘାଦି ମେଣ୍ଟ ଧୂଳିସାତ୍ ହୋଇଗଲା। ମହାରାଷ୍ଟ୍ର ଇତିହାସରେ କେବେ କୌଣସି ସରକାରୀ ଦଳକୁ ଏହି ଧରଣର ସଫଳତା ମିଳିନଥିଲା। ଗଣମାଧ୍ୟମମାନେ ଏହାର ଟେର୍ ମଧ୍ୟ ପାଇଲେନାହିଁ। ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ ସଠିକ୍ ଠିକଣା କରିଥିବା ଆକ୍ସିସ୍ ମାଇ ଇଣ୍ଡିଆ ପକ୍ଷରୁ ପ୍ରଦୀପ ଗୁପ୍ତା କହିଛନ୍ତି ଯେ, ମହାରାଷ୍ଟ୍ରର ୪୦ ଭାଗ ଭୋଟର କେଉଁଆଡେ ଭୋଟ୍ ଦେବେ ତାହା ୪୮ ଘଣ୍ଟା ପୂର୍ବରୁ ମଧ୍ୟ ନିଷ୍ପତ୍ତି କରିପାରି ନଥିଲେ। ମହିଳା ଓ କୃଷକମାନଙ୍କ ପାଇଁ ସିଧାସଳଖ ଲାଭାର୍ଥୀ ଯୋଜନା ଭୋଟ୍ ଫଳାଫଳକୁ ଚୂଡ଼ାନ୍ତ ରୂପ ଦେଲା ବୋଲି କୁହାଯାଉଛି। ଅର୍ଥାତ୍ ଏଥିରେ ଗଣମାଧ୍ୟମଗୁଡ଼ିକର କିଛି ଭୂମିକା ଅଛି ବୋଲି କେହି ବି କହିପାରିବେ ନାହିଁ। ଏଣୁ ଆଗାମୀ ନିର୍ବାଚନ ଓ ଲୋକମତ ସ୍ଥିର କରିବାରେ ଗଣମାଧ୍ୟମ ମୁଖ୍ୟ ଭୂମିକା ହେବ ବୋଲି ଆଉ ଚିନ୍ତା କରିବା ଠିକ୍ ନୁହେଁ। ଏହା ଗଣମାଧ୍ୟମ ପାଇଁ ନିଶ୍ଚିନ୍ତ ନୂଆପ୍ରକାର ଚାପ ସୃଷ୍ଟି

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ