ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

ଭୁବନେଶ୍ୱର: କିଟ୍‌ ୟୁନିଭର୍ସିଟିରେ ଲଗାତାର 2 ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । କିଟ୍‌କୁ ଦାୟୀ କରିଛି ୟୁଜିସି । କିଟ୍‌ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଆଙ୍ଗୁଳି ଉଠାଇଛି UGC ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍ । ବେଆଇନ କାର୍ଯ୍ୟକଳାପ ହିଁ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଏବଂ ପ୍ରଶାସନର କାର୍ଯ୍ୟ ଅପରାଧିକ ଦାୟିତ୍ୱ ସହିତ ସମାନ ବୋଲି ଡକ୍ଚର ନାଗେଶ୍ୱର ରାଓଙ୍କ ନେତୃତ୍ୱାଧୀନ UGC ପ୍ୟାନେଲ୍ ଜାଣିବାକୁ ପାଇଛି ।

ଚଳିତ ବର୍ଷ ଫେବୃଆରୀ 16 ତାରିଖରେ କିଟ୍‌ ବିଶ୍ବବିଦ୍ୟାଳୟରେ ଜଣେ ବିଟେକ ତୃତୀୟ ବର୍ଷର ନେପାଳୀ ଛାତ୍ରୀ ଜୀବନ ହାରିଥିଲେ । ପରେ ମେ’ ମାସରେ ଆଉ ଜଣେ 20 ବର୍ଷୀୟ ନେପାଳୀ ଛାତ୍ରୀଙ୍କ ମୃତଦେହ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ ରୁମ୍‌ରୁ ମିଳିଥିଲା । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ମେ’ ମାସରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍ ଗଠନ କରାଯାଇଥିଲା ।
ୟୁଜିସି ପ୍ୟାନେଲ ରିପୋର୍ଟ ଅନୁଯାୟୀ, “ଛାତ୍ରୀଙ୍କ ଦ୍ବାରା ଅଭିଯୋଗ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ବିଫଳ ହୋଇଥିଲା । ତଦନ୍ତ ପାଇଁ ପ୍ରୋଟୋକଲ ପାଳନ ହେବାରେ କୌଣସି ସ୍ୱଚ୍ଛତା ନଥିଲା । ଛାତ୍ରୀ ଜୀବନ ହାରିବାର ବହୁତ ପୂର୍ବରୁ ଦୁଇ ଦୁଇ ଥର କିଟ୍‌ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଉଭୟ ଅଭିଯୋଗରେ, ପ୍ରଶାସନ ବେଆଇନ ଭାବରେ କମ୍ପ୍ରମାଇଜ କରିବାକୁ ଛାତ୍ରୀଙ୍କ ଉପରେ ଚାପ ପକାଇଥିଲେ । “ୟୁଜିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପ୍ରଥମ ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ଦଣ୍ଡ ଦେବାର କ୍ଷମତା ବିଶ୍ୱବିଦ୍ୟାଳୟ ପାଖରେ ଥିଲା । ମାତ୍ର ୟୁନିଭର୍ସିଟି ଏହା ନକରି ଝିଅ ସହ ବେଆଇନ ଭାବରେ କମ୍ପ୍ରମାଇଜ କରିବାକୁ ବାଧ୍ୟ କରି ଯୁବକର ପକ୍ଷ ନେଇଥିଲା । ଯାହା ଫଳରେ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଜୀବନ ହାରିଥିଲେ । ଠିକ୍‌ ସମୟରେ ନ୍ୟାୟ ଦିଆଯାଇଥିଲେ ଛାତ୍ରୀ ଜଣଙ୍କ ଜୀବନ ହାରିବା ମାମଲାକୁ ଏଡାଯାଇପାରିଥାନ୍ତା ।

“ଯଦି KIIT ବିଶ୍ୱବିଦ୍ୟାଳୟ ପ୍ରଥମ ମାମଲାରେ ଆଇନ ଅନୁଯାୟୀ ରିପୋର୍ଟ ହୋଇଥିବା ନିର୍ଯାତନା ମାମଲାର ନିଷ୍ପତ୍ତି ନେବା ପାଇଁ ପଦକ୍ଷେପ ନେଇଥାନ୍ତେ, ତେବେ ଏହି ଦୁଃଖଦ ଘଟଣା ଏଡାଯାଇପାରିଥାନ୍ତା,” ୟୁଜିସି ପ୍ୟାନେଲ ରିପୋର୍ଟ ।ୟୁଜିସି ପ୍ୟାନେଲ କହିଛି ଯେ, ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସମେତ ପରିଚାଳନାରେ ତ୍ରୁଟି, ଯୌନ ନିର୍ଯାତନା ଅଭିଯୋଗକୁ ଜାଣିଶୁଣି ଅଣଦେଖା କରିବା ଓ ଆଇନ ଓ ଭାରତର ଅନ୍ତର୍ଜାତୀୟ ସମ୍ପର୍କ ଅପେକ୍ଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା, ବିଶ୍ୱବିଦ୍ୟାଳୟ ପକ୍ଷରୁ “ଅବୈଧ ଏବଂ ବେଆଇନ କାର୍ଯ୍ୟକଳାପ” ମଧ୍ୟରେ ଅନ୍ତର୍ଭୁକ୍ତ ।

କମିଟି ଏକ ଦୃଢ଼ ସୁପାରିଶ ଜାରି କରିଛି, ଯାହା ଆଧାରରେ ୟୁଜିସି, ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଉପରେ ରୋକ ଲଗାଇବା ଏବଂ ଦୋଷୀ ଅଧିକାରୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଷୟରେ ଚିନ୍ତା କରାଯାଉଛି । ଏହା ମଧ୍ୟ କୁହାଯାଇଛି ଯେ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ସଦସ୍ୟ ଏବଂ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ କର୍ମଚାରୀ “ଆଇନ ଅନୁଯାୟୀ ଅପରାଧୀକ ଦଣ୍ଡ ପାଇଁ ଯୋଗ୍ୟ “।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ