ପଞ୍ଚପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଦମଦର୍ହ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଦେବଗଡ଼ : ତିଲେଇବଣି ବ୍ଲକ ଧୋବଲିପଥର କ୍ଲଷ୍ଟର ପଞ୍ଚପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଦମଦର୍ହ ଠାରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନବଘନ ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଅଛି। ଧୋବଲିପଥର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସ୍ୱାଇଁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧୋବଲିପଥର କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ ଛାୟାକାନ୍ତ ବିଶ୍ଵାଳ ମୁଖ୍ୟ ଅତିଥି, ବୁଢ଼ିବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲଳିତା ଦେଈ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁଶପଙ୍ଗା ସହକାରୀ ଶିକ୍ଷକ ମାନସ ରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ସହକାରୀ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଅବସର ଗ୍ରହଣ କରିବାକୁ ଯାଉଥିବା ଶ୍ରୀ ସାହୁଙ୍କୁ ଚାକିରୀ ଜୀବନ କାଳ ମଧ୍ୟରେ ଜଣେ କର୍ତ୍ତବ୍ୟନିଷ୍ଠ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରାଇଥିଲେ।ଏହି ଅବସରରେ କ୍ଲଷ୍ଟର ତରଫରୁ ଅବସର ଗ୍ରହଣ କରୁଥିବା ଶ୍ରୀ ସାହୁଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ସଭା ରେ ଧୋବଲିପଥର କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ ପୂର୍ବକ ଅବସର ଶିକ୍ଷକ ଙ୍କ ଚଲାପଥ କୁସୁମିତ ହେବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ନାଏକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

  • Related Posts

    mao dump ୩ଟି ମାଓ ଡମ୍ପ ଠାବ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

    ମାଲକାନଗିରି: ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୩ଟି ମାଓ ଡମ୍ପ । ସୁକୁମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବେଲପେଚା ଜଙ୍ଗଲରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିବା ବେଳେ ଠାବ ହୋଇଛି…

    Continue reading
    temple hundi ମା’ ମଝିଘରିଆଣୀଙ୍କ ହୁଣ୍ଡି ଗଣତି ଆରମ୍ଭ

    ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡିରେ ଜମା ହୋଇଥିବା ଅର୍ଥ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୁଣ୍ଡି ଗଣତି କାର୍ଯ୍ୟ ଚାଲିଛି। ବିଭିନ୍ନ ସାମାଜିକ ସଂଗଠନର ପ୍ରାୟ ୩୦୦ ଜଣ ମହିଳା ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ