ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା

ପତି-ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ଅନେକ ସମୟରେ ପୁରୁଷଙ୍କ କଥା ମହିଳାଙ୍କୁ ଆଘାତ କରିଥାଏ । ଯେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ଜଣାଇବୁ ଯାହାକୁ ଭୁଲରେ ବି ପତ୍ନୀଙ୍କ ସମ୍ମୁଖରେ କହିବା ଉଚିତ୍ ନୁହେଁ ।

ପତ୍ନୀଙ୍କୁ ନିଜ ମାଙ୍କ ସହ କରନ୍ତୁନି ତୁଳନା
କେବେ ବି ପତ୍ନୀଙ୍କ ତୁଳନା ନିଜ ମାଙ୍କ ସହ କରନ୍ତୁ ନାହିଁ । ଯଦି ଆପଣ ବାରମ୍ବାର କହୁଛନ୍ତି କି ‘ତମେ ମୋ ମା ଭଳି ଭଲ ଖାଇବା ପ୍ରସ୍ତୁତ କରିପାରୁନ କିମ୍ବା ମୋ ମା ଭଳି ସୁନ୍ଦର ନୁହଁ’ ତେବେ ଝଗଡା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ । ବାରମ୍ବାର ଝଗଡା ହେଲେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

ପତ୍ନୀଙ୍କ ଘର ଲୋକଙ୍କୁ ଖରାପ କରି କୁହନ୍ତୁନି
ସମସ୍ତଙ୍କୁ ନିଜ ପରିବାର ଲୋକ ବହୁତ ପସନ୍ଦ । ଯଦି ଆପଣ କେବେ ବି ପତ୍ନୀଙ୍କ ଘର ଲୋକଙ୍କ ସମ୍ପର୍କରେ କିଛି ଖରାପ କରି କହୁଛନ୍ତି ତେବେ ଆପଣଙ୍କ ଝଗଡା ହେବାକୁ କେହି ରୋକିପାରିବେନି । ଏମିତି କଲେ ପତ୍ନୀଙ୍କ ହୃଦୟକୁ ଆଘାତ ଲାଗିବ ।

ପତ୍ନୀଙ୍କ ସାମ୍ନାରେ କେବେ ବି ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତୁନି
କେବେ ବି ପତ୍ନୀଙ୍କ ସାମ୍ନାରେ ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତୁନାହିଁ । ଜଣେ ମହିଳା କେବେ ବି ଅନ୍ୟ ମହିଳାଙ୍କ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି ନାହିଁ । ଏଥିପାଇଁ ଭୁଲରେ ବି ନିଜ ପତ୍ନୀଙ୍କ ସାମ୍ନାରେ ଅନ୍ୟ କେଉଁ ମହିଳାଙ୍କ ପ୍ରଶଂସା କରନ୍ତୁ ନାହିଁ । ନଚେତ୍ ସମ୍ପର୍କ ଖରାପ ହୋଇପାରେ ।

ପତ୍ନୀଙ୍କ ଚରିତ୍ର ଉପରେ କରନ୍ତୁନି ସନ୍ଦେହ
ଅନେକ ଥର ଝଗଡା ସମୟରେ ପତି ପତ୍ନୀଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାନ୍ତି । ଏଥିରେ ପତ୍ନୀଙ୍କ ଆତ୍ମସ୍ୱାଭିମାନକୁ ଆଘାତ ହୋଇଥାଏ । ମହିଳାମାନେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଉଥିବା ଲୋକଙ୍କୁ ଜମା ପସନ୍ଦ କରନ୍ତିନି । ଯଦି ଆପଣ ବାରମ୍ବାର ଏମିତି କରନ୍ତି ତେବେ ଆପଣଙ୍କ ମଧ୍ୟରେ ଦୂରତା ବଢିପାରେ ।

ପତି ଭୁଲ୍ ସ୍ୱୀକାର ନକଲେ
ଅନେକ ଥର ପତିଙ୍କର ଭୁଲ୍ ହୋଇଥାଏ କିନ୍ତୁ ଯଦି ସେ ସ୍ୱୀକାର କରୁନାହାଁନ୍ତି ଏବଂ ପତ୍ନୀଙ୍କ ଉପରେ ସବୁ ଦୋଷ ଲଦି ଦେଉଛନ୍ତି ତେବେ ପରିସ୍ଥିତି ବିଗିଡିପାରେ । ଏଥିରେ ଧିରେ ଧିରେ ସମ୍ପର୍କ ଭାଙ୍ଗିପାରେ ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ