ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ

କଟକ: ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ମାମଲା ଯୋଗ୍ୟ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଦେବାରେ ଆବେଦନକାରୀ ଅସମର୍ଥ ହେଲେ, ଯାହାଦ୍ୱାରା କୋର୍ଟଙ୍କ ସମୟ ଅପଚୟ ହୋଇଛି । ତେଣୁ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜରିମାନା ରାଶିକୁ ଦାଖଲ କରିବା ଲାଗି ଆବେଦନକାରୀଙ୍କୁ ନିର୍ଦ୍ଦେଶ ହୋଇଛି ।

ପଦ୍ମ ପୁରସ୍କାର ପାଇଁ ଢେଙ୍କାନାଳର ସ୍ବନାମଧନ୍ୟ ସାରସ୍ୱତ ସାଧକ ଅନ୍ତର୍ୟ୍ୟାମୀ ମିଶ୍ର ଯୋଗ୍ୟ ବିବେଚିତ ହୋଇଥିଲେ । ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ତେବେ ପଦ୍ମ ପୁରସ୍କାର ପାଇବାକୁ ସେ ହିଁ ପ୍ରକୃତ ଯୋଗ୍ୟ ବ୍ୟକ୍ତି ବୋଲି ଦାବି କରି ଭୁବନେଶ୍ୱର ବ୍ରହ୍ମେସ୍ୱର ପାଟଣା ବାସିନ୍ଦା ଅନ୍ତର୍ୟ୍ୟାମୀ ମିଶ୍ର ହାଇକୋର୍ଟରେ ମାମଲା ଦାୟର କରିଥିଲେ । ତେବେ ଉଭୟ ପକ୍ଷ ସମସ୍ତ ଆବଶ୍ୟକୀୟ ତଥ୍ୟ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ଦେଖାଇ ପଦ୍ମଶ୍ରୀ ଅନ୍ତର୍ୟ୍ୟାମୀ ମିଶ୍ର ହଜାର ହୋଇପାରିନଥିଲେ । ତେଣେ ଆବେଦନକାରୀ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ଶୁଣାଣି ପାଇଁ ୩ଟି ତାରିଖ ଧାର୍ୟ୍ୟ ହୋଇଥିଲେ ହେଁ, ଆବେଦନକାରୀ ଅନ୍ତର୍ୟ୍ୟାମୀ ମିଶ୍ର କୌଣସି ଆବଶ୍ୟକୀୟ ତଥ୍ୟ କୋର୍ଟରେ ପେସ କରିପାରିନାହାନ୍ତି । ଯାହାକୁ ଆଧାର କରି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

  • Related Posts

    ସେବା ସଂକଳ୍ପ ଅଭିଯାନ ପାଇଁ ସେବା ଜ୍ୟୋତି ଯାତ୍ରା

    ଦେବଗଡ଼:ସେବା ସଂକଳ୍ପ ଅଭିଯାନ ପାଇଁ ୭ ତାରିଖ ଅର୍ଥାତ ବୁଧବାର ଦିନ ସକାଳେ ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ଶୋଭାଯାତ୍ରା ପୁରୁଣାଗଡ଼ସ୍ଥିତ ଓଲଟବର ଛକ ହନୁମାନ ମନ୍ଦିର ପରିସରରୁ ସେବା ଜ୍ୟୋତି ମଶାଲ ପଦ ଯାତ୍ରା ଆରମ୍ଭ ହୋଇ…

    Continue reading
    ଗୋପପୁରରେ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ସମ୍ବଲପୁର ଜୁନିଅର ଏଫସି ଚାମ୍ପିଅନ

    ଦେବଗଡ଼:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଗୋପପୁରଠାରେ ରାଧାକୃଷ୍ଣ କ୍ଲବ ପକ୍ଷରୁ ଚାଲିଥିବା ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ୍‌ରେ ସମ୍ବଲପୁର ଜୁନିଅର ଏଫସି ଓ ବାରକୋଟ ଏଫସି ମା ରମ୍ଭାଦେବୀ ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ