ପରୋକ୍ଷରେ ସ୍ୱୀକାର କଲେ ପ୍ରସନ୍ନ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ମତକୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ରୁବେନ ବାନାର୍ଜୀ ଜଣେ ପ୍ରତିଷ୍ଠିତ, ଅଭିଜ୍ଞ ସାମ୍ବାଦିକ ଓ ସମାଲୋଚକ । ବହିରେ ରୁବେନ ଯେଉଁ ତଥ୍ୟ ଦେଇଛନ୍ତି ଅନେକ ସୂତ୍ରରୁ ଉକ୍ତ ତଥ୍ୟ ସଂଗ୍ରହ କରିଥିବେ । ଆରମ୍ଭରୁ ଦଳକୁ ଓ ସଂଗଠନକୁ ରୁବେନ ଅତି ପାଖରୁ ନୀରିକ୍ଷଣ କରିଛନ୍ତି । ରୁବେନ ସୁଚିନ୍ତିତ ମତ ଦେଇଥିବେ । ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯାହା ତଥ୍ୟ ଅଛି ରୁବେନ ରଚନା କରିଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସମୀର ରଞ୍ଜନ ଦାସ କହିଛନ୍ତି ଯେ ନବୀନ ପଟ୍ଟନାୟକ ଓ ବିଜେଡିକୁ ରୁବେନ ବାନାର୍ଜୀ ଭଲ ଭାବେ ଜାଣିଛନ୍ତି । ପାଣ୍ଡିଆନଙ୍କ କୋଟେରୀ ବାବଦରେ ରୁବେନ ବାନାର୍ଜୀ ଯାହା ଲେଖିଛନ୍ତି ସେଥିରେ ଦ୍ୱିମତ ନାହିଁ । ମୋର ଭୁଲ ନଥିବା ସତ୍ତ୍ୱେ ମନ୍ତ୍ରୀ ପଦ ଓ ଟିକେଟ କଟିଲା । ଅଫିସରଙ୍କ ଦ୍ୱାରା କୋଟେରୀ ଗ୍ରୁପ ଚାଲିଥିଲା । ରାଜନେତାଙ୍କ ସମ୍ପୃକ୍ତ ନଥିଲା । ପାଣ୍ଡିଆନଙ୍କ ପ୍ରତି ନବୀନ ବାବୁଙ୍କ ସମର୍ଥନ ବି ଥିଲା । କୋଟେରୀ ଗ୍ରୁପ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ସମୀର ରଞ୍ଜନ ଦାସ କହିଛନ୍ତି ।

ପ୍ରକାଶ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଦେଶର ଜଣାଶୁଣା ଲେଖକ ରୁବେନ ବାନାର୍ଜୀଙ୍କ ଆଉ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିର ନାମ ହେଉଛି “Naveen Patnaik- The Authoritative Biography Revised After 2024 Elections” । 2024 ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ଆଧାରିତ ଏହି ବହି । ବିଶେଷ ଭାବେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟରେ ଏହି ବହିରେ ଅଛି । 2024 ନିର୍ବାଚନରେ ନବୀନ ହାରିବାର କାରଣ ବି ବହିରେ ଲେଖା ଅଛି । ଏପରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପୁସ୍ତକରେ ଉଲ୍ଲେଖ ରହିଛି ।

ରାଜନୀତିରେ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ଆବିର୍ଭାବ ଏବଂ ଦବଦବା ଉପରେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟ ରହିଛି । 10 ହାଜର ଶବ୍ଦକୁ ନେଇ ପାଣ୍ଡିଆନଙ୍କ ଅଧ୍ୟାୟ ଲେଖାଯାଇଛି । ପ୍ରଶାସକ ଥିବା ସମୟରେ ଓଡିଶା ରାଜନୀତିରେ 2018 ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା । ପାଣ୍ଡିଆନଙ୍କ ଆବିର୍ଭାବ କେମିତି ଓ କାହିଁକି ହେଲା ? ପାଣ୍ଡିଆନ ସରକାରକୁ କେମିତି ଅକ୍ତିଆର କରିଥିଲେ । ନବୀନ ପଟ୍ଟନାୟକ ଏହାକୁ ଅନୁମତି କେମିତି ଦେଇଥିଲେ ? ଏହାକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ଓ ଆଲୋଚନା ହେଉଥିଲା । ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଯେତେବେଳେ ହସ୍ପିଟାଲରେ ଥିଲେ, କିଛି ଲୋକ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜଣେ ଦୁଇ ଜଣଙ୍କୁ ଗୀତା ମେହେଟା କହିଛନ୍ତି, ପାଣ୍ଡିଆନ ନବୀନଙ୍କୁ ବିଭ୍ରାନ୍ତ କରୁନାହାନ୍ତି ତ ? ପାଣ୍ଡିଆନ ରାଜ୍ୟର ଅନ୍ୟ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ୟତିକ୍ରମ ଥିଲେ । ତେଣୁ ସେ ଆସିଲେ କେମିତି, ତାଙ୍କୁ କିଏ ଚୟନ କରିଥିଲା ? ଏ ବାବଦରେ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ