କୋଟେରୀ ଗ୍ରୁପ ପାଇଁ ମନ୍ତ୍ରୀ ପଦ ଓ ଟିକେଟ କଟିଲା: ସମୀର

ଭୁବନେଶ୍ୱର: ମୋର ଭୁଲ ନଥିବା ସତ୍ତ୍ୱେ ବିଜେଡି ସରକାର ସମୟରେ ମୋର ମନ୍ତ୍ରୀ ପଦ ଗଲା । ଏପରିକି ଟିକେଟ ବି କଟିଗଲା । ଏଭଳି କହିଛନ୍ତି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସମୀର ରଞ୍ଜନ ଦାସ । ରୁବେନ ବାନାର୍ଜୀଙ୍କ ବହି ଉପରେ ମନ୍ତବ୍ୟ ଦେଇ ଶ୍ରୀ ଦାସ ଏଭଳି କହିଛନ୍ତି ।

ଏହାଛଡ଼ା ଶ୍ରୀ ଦାସ କହିଛନ୍ତି କହିଛନ୍ତି ନବୀନ ପଟ୍ଟନାୟକ ଓ ବିଜେଡିକୁ ରୁବେନ ବାନାର୍ଜୀ ଭଲ ଭାବେ ଜାଣିଛନ୍ତି । ପାଣ୍ଡିଆନଙ୍କ କୋଟେରୀ ବାବଦରେ ରୁବେନ ବାନାର୍ଜୀ ଯାହା ଲେଖିଛନ୍ତି ସେଥିରେ ଦ୍ୱିମତ ନାହିଁ । ମୋର ଭୁଲ ନଥିବା ସତ୍ତ୍ୱେ ମନ୍ତ୍ରୀ ପଦ ଓ ଟିକେଟ କଟିଲା । ଅଫିସରଙ୍କ ଦ୍ୱାରା କୋଟେରୀ ଗ୍ରୁପ ଚାଲିଥିଲା । ରାଜନେତାଙ୍କ ସମ୍ପୃକ୍ତ ନଥିଲା । ପାଣ୍ଡିଆନଙ୍କ ପ୍ରତି ନବୀନ ବାବୁଙ୍କ ସମର୍ଥନ ବି ଥିଲା । କୋଟେରୀ ଗ୍ରୁପ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ସମୀର ରଞ୍ଜନ ଦାସ କହିଛନ୍ତି ।

ପ୍ରକାଶ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଦେଶର ଜଣାଶୁଣା ଲେଖକ ରୁବେନ ବାନାର୍ଜୀଙ୍କ ଆଉ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିର ନାମ ହେଉଛି “Naveen Patnaik- The Authoritative Biography Revised After 2024 Elections” । 2024 ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ଆଧାରିତ ଏହି ବହି । ବିଶେଷ ଭାବେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟରେ ଏହି ବହିରେ ଅଛି । 2024 ନିର୍ବାଚନରେ ନବୀନ ହାରିବାର କାରଣ ବି ବହିରେ ଲେଖା ଅଛି । ଏପରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପୁସ୍ତକରେ ଉଲ୍ଲେଖ ରହିଛି ।

ରାଜନୀତିରେ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ଆବିର୍ଭାବ ଏବଂ ଦବଦବା ଉପରେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟ ରହିଛି । 10 ହାଜର ଶବ୍ଦକୁ ନେଇ ପାଣ୍ଡିଆନଙ୍କ ଅଧ୍ୟାୟ ଲେଖାଯାଇଛି । ପ୍ରଶାସକ ଥିବା ସମୟରେ ଓଡିଶା ରାଜନୀତିରେ 2018 ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା । ପାଣ୍ଡିଆନଙ୍କ ଆବିର୍ଭାବ କେମିତି ଓ କାହିଁକି ହେଲା ? ପାଣ୍ଡିଆନ ସରକାରକୁ କେମିତି ଅକ୍ତିଆର କରିଥିଲେ । ନବୀନ ପଟ୍ଟନାୟକ ଏହାକୁ ଅନୁମତି କେମିତି ଦେଇଥିଲେ ? ଏହାକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ଓ ଆଲୋଚନା ହେଉଥିଲା । ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଯେତେବେଳେ ହସ୍ପିଟାଲରେ ଥିଲେ, କିଛି ଲୋକ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜଣେ ଦୁଇ ଜଣଙ୍କୁ ଗୀତା ମେହେଟା କହିଛନ୍ତି, ପାଣ୍ଡିଆନ ନବୀନଙ୍କୁ ବିଭ୍ରାନ୍ତ କରୁନାହାନ୍ତି ତ ? ପାଣ୍ଡିଆନ ରାଜ୍ୟର ଅନ୍ୟ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ୟତିକ୍ରମ ଥିଲେ । ତେଣୁ ସେ ଆସିଲେ କେମିତି, ତାଙ୍କୁ କିଏ ଚୟନ କରିଥିଲା ? ଏ ବାବଦରେ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ