ବିଜେଡିରେ ମିଶିଥିବାରୁ ଲଜ୍ଜିତ:ସୌମ୍ୟରଞ୍ଜନ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଦଳରେ ମିଶିଥିବାରୁ ନିଜକୁ ଧିକାର୍ କରୁଛି। ଆଉ ସେଥିପାଇଁ ଲଜ୍ଜିତ ମଧ୍ୟ। ନବୀନ ବାବୁଙ୍କୁ ଓଡ଼ିଶାବାସୀ ଯେତିକି ଭଲ ପାଇବା ଦେଇଛନ୍ତି ତା’ର ରିଟର୍ଣ୍ଣ ଗିଫ୍ଟରେ ସିଏ କ’ଣ ଦେଇଛନ୍ତି? ଏଭଳି ଢଙ୍ଗରେ ଆକ୍ଷେପ ଓ ଅନୁତାପ କରିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ଏକ ପୁସ୍ତକ ଉନ୍ମୋଚନ କାର୍ୟ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ଅଦ୍ଭୂତ ପ୍ରେମକାହାଣୀର ନାୟକ। ଯାହାଙ୍କୁ ଓଡ଼ିଶାବାସୀ ଏତେ ଭଲପାଇବା ଦେଇ ଧନସମ୍ପତ୍ତି, ସମ୍ମାନ ସବୁ ଦେଲେ। କିନ୍ତୁ ତା’ର ରିଟର୍ଣ୍ଣ ଗିଫ୍ଟ ସେ କ’ଣ ଦେଲେ। ଓଡ଼ିଶାର ଭାଷାଟି ଶିଖିପାରିଲେ ନାହିଁ। ୧୯୯୮ ମସିହା ପୂର୍ବରୁ ନବୀନ ବାବୁ କ’ଣ ଥିଲେ ଓ ତାଙ୍କୁ ଓଡ଼ିଶାବାସୀ ଏତେଦିନ ଧରି ଭଲପାଇବା ଦେଇ କେଉଁ ଆସନରେ ବସାଇଥିଲେ ତାହା ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରତିବଦଳରେ ନବୀନବାବୁ ଓଡ଼ିଆ ଭାଷାଟି ଶିଖିପାରିଲେ ନାହିଁ। ଏଥିରୁ ସେ ଓଡ଼ିଶାକୁ କେତେ ଭଲପାଉଥିଲେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଜଣେ ତେଲେଙ୍ଗା ଯୁବକ ଓଡ଼ିଆ ଝିଅକୁ ପ୍ରେମ କରି ବାହା ହେଲେ ପରସ୍ପରର ଭାଷା ଶିଖୁଛନ୍ତି। ଅଲଗା ଖାଦ୍ୟକୁ ଆପଣାଇ ନେଉଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଏତେଦିନ ଧରି ଓଡ଼ିଶାର ଶାସନରେ ରହିଥିଲେ ମଧ୍ୟ ଓଡ଼ିଆ ଭାଷା ଶିଖିପାରିଲେ ନାହିଁ। ନବୀନ ବାବୁଙ୍କ ଦଳରେ ମିଶିଥିବାରୁ ଏବେ ନିଜକୁ ଲଜ୍ଜିତ ଅନୁଭବ କରୁଛି। ନିଜକୁ ଧିକାର ବି କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅବଶ୍ୟ ସାଧାରଣ ନିର୍ବାଚନର ବହୁ ପୂର୍ବରୁ ସୌମ୍ୟଙ୍କୁ ବିଜେଡି ଦଳରୁ ନିଲମ୍ବନ କରିସାରିଛି।ଉଲ୍ଲେଖଯୋଗ୍ୟ, ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଅବସରରେ ଶ୍ରୀ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଅବସରପ୍ରାପ୍ତ ପ୍ରଶାସକ ଅମୀୟ ଭୂଷଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ