
ବରକୋଟ ବ୍ଲକ ଅଧୀନସ୍ଥ ପାଚେରୀପାଣି ଗ୍ରାମ, ଯାହା ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା (PBDA) ଅଧୀନସ୍ଥ ଏକ ଗ୍ରାମ, ସେଠାରେ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ସମ୍ପର୍କିତ ଏକ ସଚେତନତା ଶିବିର ଓ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଶିବିରରେ ଗ୍ରାମବାସୀଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ର ଉଦ୍ଦେଶ୍ୟ, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ନାମ ଯୋଗ, ବିୟୋଗ ଓ ସଂଶୋଧନ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା।ଏହି ସଚେତନତା ଶିବିରରେ AERO-cum-BDO ସୂର୍ଯ୍ୟକାନ୍ତବରିହା,AERO-cum-Tahasildar ରବିନ୍ଦ୍ର ସାମଲ, ADWO ଜାଗୃତି ନାଏକ, GPDO ରଞ୍ଜିତ ଟୁଡୁ,303 ନମ୍ବର ବୁଥର ବୁଥ ସ୍ତରୀୟ ଅଧିକାରୀ ଧନେଶ୍ବର ପ୍ରଧାନ, BLO ସୁପରଭାଇଜର ଡମ୍ବରୁ ଧର ସାହୁ, ବ୍ଲକ କର୍ମଚାରୀ ଓ PBDA କର୍ମଚାରୀମାନେ ଉପସ୍ଥିତ ଥିଲେ। ସେମାନେ ଗ୍ରାମବାସୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ସହଭାଗିତା ପାଇଁ ଆହ୍ୱାନ କରିଥିଲେ। ଶିବିରରେ ଗ୍ରାମର ବହୁ ସଂଖ୍ୟକ ଲୋକ ଉପସ୍ଥିତ ହୋଇ ନିଜ ନିଜ ପରିଗଣନା ଫର୍ମ ଗ୍ରହଣ କରିଥିଲେ ଏବଂ ବୁଥର ବୁଥ ସ୍ତରୀୟ ଅଧିକାରୀଙ୍କ ସହଯୋଗରେ ଫର୍ମ ପୂରଣ କରିଥିଲେ। ବିଶେଷକରି ଦୁର୍ଗମ ଓ ଜନଜାତି ଅଞ୍ଚଳରେ ଏପରି ସଚେତନତା କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ପ୍ରତି ସଚେତନତା ବୃଦ୍ଧି କରୁଥିବା ଦେଖାଯାଇଛି।


