ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ ଗଠନ କରିଛନ୍ତି। ମଙ୍ଗଳବାର ପଟନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତେଜ ପ୍ରତାପ ଏହି ଘୋଷଣା କରିଛନ୍ତି। ଏହି ମେଣ୍ଟରେ ସାମିଲ ହୋଇଥିବା ପାଞ୍ଚଟି ଦଳ ମଧ୍ୟରେ ବିକାଶ ବଞ୍ଚିତ ଇନସାନ ପାର୍ଟି (ଭିଭିଆଇପି), ଭୋଜପୁରୀୟା ଜନ ମୋର୍ଚ୍ଚା (ବିଜେଏମ), ପ୍ରଗତିଶୀଳ ଜନତା ପାର୍ଟି (ପିଜେପି), ଓ୍ଵାଜିବ ଅଧିକାର ପାର୍ଟି (ଡବ୍ଲୁଏପି) ଏବଂ ସଂଯୁକ୍ତ କିସାନ ବିକାଶ ପାର୍ଟି (ଏସକେଭିପି) ରହିଛନ୍ତି।

ଏନେଇ ତେଜ ପ୍ରତାପ କହିଛନ୍ତି ଯେ, ସେ ବୈଶାଳୀ ଜିଲ୍ଲାର ମହୁଆ ବିଧାନସଭା ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏହା ପୂର୍ବରୁ ସେ ୨୦୧୫ରେ ମହୁଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୦ ମସିହା ନିର୍ବାଚନରେ ଆରଜେଡି ତାଙ୍କୁ ହାସନପୁର ଆସନକୁ ସ୍ଥାନାନ୍ତର କରିଥିଲା। ସେ ଦାବି କରିଛନ୍ତି ଯେ ମହୁଆର ଜନତା ତାଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ସେ ସେଠାରେ ବିକାଶ କାର୍ୟ୍ୟ ପାଇଁ ଜନସମର୍ଥନ ପାଇଛନ୍ତି।ଏହି ମେଣ୍ଟର ମୁଖ୍ୟ ଲକ୍ଷ୍ୟ ସାମାଜିକ ନ୍ୟାୟ, ସାମାଜିକ ଅଧିକାର ଏବଂ ବିହାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ବୋଲି ତେଜ ପ୍ରତାପ ଉଲ୍ଲେଖ କରିଛନ୍ତି। ସେ ଲୋହିଆ, କର୍ପୁରୀ ଠାକୁର ଏବଂ ଜୟପ୍ରକାଶ ନାରାୟଣଙ୍କ ସ୍ଵପ୍ନକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆରଜେଡିକୁ ମେଣ୍ଟରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି, କିନ୍ତୁ ବିଜେପି ଓ ଜେଡିୟୁ ସହ ମେଣ୍ଟ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।

  • Related Posts

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଭୁବନେଶ୍ବର : ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ହେବ । ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଆବଶ୍ୟକ ପଡିବ । ଏଥିରେ…

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ନୂଆଦିଲ୍ଲୀ: ବିଜୁଳି ଜାଳିବା ହେବ ମହଙ୍ଗା। ଉପଭୋକ୍ତାଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଦର ବଢ଼ିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ